ମରୁଡି ନେଇ ଚିନ୍ତାରେ ଚାଷୀକୁଳ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ ରେ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ପ୍ରାୟ ସମସ୍ତ ଚାଷୀ ଋଷିକୂଲ୍ୟା କେନାଲ ଜଳ ଉପରେ ନିର୍ଭର ! ସମସ୍ତ ଜମି ଏବେ ଫାଟ ଦେଇ ଆଁ ହୋଇଗଲାଣି ! ବର୍ଷା ଅଭାବରୁ କ୍ଷେତ ଏବେ ପାଲଟିଛି ମରୁଡି ! କୁକୁଡାଖଣ୍ଡି ବ୍ଲକ ର ପ୍ରାୟ ସମସ୍ତ ଜମି ରେ ପାଣି ନଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ମାରି ବସିଛି ! ଧାନ କ୍ଷେତ ରେ ଧାନ ଗଛରେ ଫଳ ଆସିବା ପୂର୍ବରୁ ଜଳ ର ଅଭାବ ! ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ କିପରି ଋଣ ସୁଝିବ ସେ ନେଇ ଚାଷୀ କୁଲ ଚିନ୍ତିତ ! ଏ ନେଇ ଚାଷୀ କୁଲ କୁକୁଡାଖଣ୍ଡି ବ୍ଲକ ରେ ଦେଖା ଦେଇଥିବା ମରୁଡି ର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ ରେ ଶନିବାର ଦିନ କୁକୁଡାଖଣ୍ଡି ତହସିଲଦାର ଙ୍କୁ ସ୍ମାରକ ପ୍ରଦାନ କରି ବ୍ଲକ କୁ ମରୁଡି ଘୋଷଣା ନିମନ୍ତେ ଦାବି ଜଣାଇଛନ୍ତି ! ବ୍ଲକ ର ବିଭିନ୍ନ ପଂଚାୟତ ଗୁଡିକ ରେ ଜଳ ସେଚନ ସମସ୍ୟା ଯୋଗୁଁ ବିଳମ୍ବରେ ଧାନରୁଆ କାର୍ଯ୍ୟ ସମାପ୍ତି ହୋଇଥିଲା ! ଏବେ ବର୍ଷା ଅଭାବରୁ ଜମି ଗୁଡିକରେ ପାଣି ର ଅଭାବ ଦେଖାଦେଇଛି ! ବ୍ଲକ ର ଚାଷୀ ମାନେ ବିଭିନ୍ନ ସମବାୟ ସମିତି ରୁ କରଜ କରିଛନ୍ତି ! କରଜ କିପରି ପରିଶୋଧ କରିବେ ସେ ନେଇ ଚିନ୍ତା ରେ ଚାଷୀ ସମାଜ ! ଏଣୁ ରାଜସ୍ବ ଓ କୃଷି ବିଭାଗ ବ୍ଲକ ର ପ୍ରଭାବିତ ଚାଷ ଜମି କୁ ଅନୁଧ୍ୟାନ କରି ମରୁଡି ଘୋଷଣା ସହ ଚାଷୀ ଋଣ ଛାଡ଼ କରିବା ନେଇ ବୃନ୍ଦାବନ ଖଟେଇ , କାହୁ ଚରଣ ପାତ୍ର , ଚଣ୍ଡୀ ଚରଣ , ସାରଥୀ ଗୌଡ଼, ପି ଶିବ ପ୍ରସାଦ , ଏ ଭରତ ନରସିଂହ ସାହୁ , ଜିଚେନ୍ଦ୍ର ସୁଶାନ୍ତ ବେହେରା, ସମେତ ବହୁ ଜଣ କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ ଙ୍କୁ ଦାବି କରିଛନ୍ତି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ