ମରୈଇଗାଁ ଧାନମଣ୍ଡୀ ପରିଦର୍ଶନ କଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହାଟଡିହି ବ୍ଲକର ମରୈଇଗାଁ ଧାନମଣ୍ଡୀକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିଛନ୍ତି। ଏହି ଧାନମଣ୍ଡି ଗ୍ରସ୍ତ ସମୟରେ କେନ୍ଦ୍ର ସରକାରଙ୍କ ଧାନ ସଂଗ୍ରହ ନିର୍ଦ୍ଦେଶାବଳୀ ପ୍ରାବଧାନ ଅନୁଯାୟୀ ଧାନମଣ୍ଡୀ ଗୁଡିକ ଠିକଠାକ କାମ କରୁଛନ୍ତି କି ନାହିଁ ତାହାର ତଦାରଖ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କରିଥିଲେ। ଓଡିଶାରେ ବିଜେପି ମୋହନ ଚରଣ ମାଝି ସରକାର ଆସିବା ପରେ ଚାଷୀ ମାନଙ୍କ ର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ମାନ ଚାଲୁ କରିଛନ୍ତ। ତତମଧ୍ୟରୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ୪୮ ଘଣ୍ଟା ମଧ୍ୟରେ ଚାଷୀ ପ୍ରଦାନ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ। ଚାଷୀ ମାନଙ୍କୁ ଆଉ ଶୋଷଣ ର ଶିକାର ହେବାକୁ ପଡ଼ିବନାହଁ ବୋଲି ଶ୍ରୀ ସାହୁ କହିଥିଲେ। ଧାନ କିଣା କାରବାରରେ ବ୍ୟାପକ ସ୍ଵଛତାର ସହିତ କରିବା ପାଇଁ ମୋହନ ଚରଣ ମାଝି ସରକାର ବଦ୍ଧପରିକର ଅଛନ୍ତି। ଯେଉଁ ମାନେ ଧାନ କିଣା କାରବାରରେ ବଦମାସି କରିବେ କିମ୍ବା ଚାଷୀ ମାନଙ୍କୁ ହଇରାଣ ହରକତ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ କହିଥିଲେ। ଉପସ୍ଥିତ ଚାଷୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ସରୋଜ କୁମାର ସାହୁ, ମରୈଇଗାଁ ସେବା ସମବାୟ ସମିତିର ସଂପାଦକ ଶ୍ରୀ ଶରତ କୁମାର ସେଠୀ, ଜଗନ୍ନାଥ ନାୟକ, ମାନସ ରଞ୍ଜନ ନାୟକ, ସୁବାଷ ଚନ୍ଦ୍ର ଜେନା, କାର୍ତିକ ଜେନା, ସମୀର ରଞ୍ଜନ ସେଠୀ, କଳାକର ବେହେରା, ରମାକାନ୍ତ ଶଙ୍ଖୁଆ, ପୂର୍ଣ୍ଣ ଚନ୍ଦ୍ର ଦାସ, ନାରାୟଣ ଦାସ, ସନ୍ୟାସୀ ଜେନା, ମମତା ବେହେରା, ରଶ୍ମିତା ଜେନା, ଗଦାଧର ମିଶ୍ର ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।