ମରୈଗାଁରେ ବ୍ଲକ ସ୍ତରୀୟ ସୁରଭୀ

ହାଟଡ଼ିହି, : ମରୈଗାଁ ପଞ୍ଚାୟତ ହାଇସ୍କୁଲ ଠାରେ ହାଟଡିହି ବ୍ଲକ ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକର ୨୧ଟି ଯାକ କ୍ଲଷ୍ଟରରୁ ୪୬୨ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ତର୍କ, କୁଇଜ, ରଚନା, ଚିତ୍ରାଙ୍କନ, ରଙ୍ଗବୋଳା, ସୃଜନଶୀଳ ଲିଖନ, ଏଲୋକେସନ, ନୃତ୍ୟ, ଗୀତ, ଓଡିଆ ଶୃତଲିଖନ, ମଦ୍ୟାହ୍ନ ଭୋଜନ ଚିତ୍ରାଙ୍କନ ଓ ଚିତ୍ରକଳା, ଭିନ୍ନକ୍ଷମ ସଂଗୀତ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ବିଭାଗ କୁଇଜରେ ଶୁଭ୍ରାଶୁଂ ଶ୍ରୀଚନ୍ଦନ ନାୟକ, ଶୁଭଲକ୍ଷ୍ମୀ ରାଉତ, ଦେବବ୍ରତ ବେହେରା, ସୃଜନଶୀଳ ଲିଖନରେ ଲିପସାମୟୀ ସା, ଅର୍ପିତାରାଣୀ ପହି, ଦେବସ୍ମିତା ପରିଡା, ବକ୍ତୃତାରେ ଇପସିତା ପଢ଼ିଆରୀ, ସୋନାଲୀ ପୁହାଣ, ବର୍ଷାରାଣୀ ଜେନା, ଚିତ୍ରାଙ୍କନରେ ସହଦେବ ସିଂ, ଦୀପକ କୁମାର ଜେନା, ମାନସ କୁମାର ସୋରେନ, ବିତର୍କରେ ଶୁଭଶ୍ରୀ ପ୍ରଧାନ, ଆୟୁଷ୍ମତୀ ବେହେରା, ରାଜଶ୍ରୀ ଜେନା, ରଚନାରେ ସୌମ୍ରଶ୍ରୀ ପ୍ରୀୟଦର୍ଶନୀ ଜେନା, ଜ୍ୟୋତିଶ୍ରୀ ଦାସ, ଚିନ୍ମୟୀ ଦାସ, ସଂଗୀତରେ ସ୍ମୃତିରେଖା ସାହୁ, ଅଭିଜିତ ବେହେରା, ଅର୍ଚ୍ଚିତା ଓଝା, ମଧ୍ୟାହ୍ନ ଭୋଜନ ଚିତ୍ରାଙ୍କନରେ ସ୍ୱୟମଶ୍ରୀ ଚକ୍ର, ସୁଇଟ ଆକା„ା ସାହୁ, ତୁଷାର ରଞ୍ଜନ ବିଶ୍ୱାଳ, ଶିଳ୍ପକଳାରେ ସୋନାଲୀ ମନସ୍ମୀତା ଦାସ, ସୁମିତ କୁମାର ପୁହାଣ, ପ୍ରିତମ କୁମାର ରାଉତ, ଭିନ୍ନକ୍ଷମ ସଂଗୀତରେ ସୁଧାଶୁଂ ୋଖର ସେଠୀ, ମାମା ବେହେରା, ହିମାଂଶୁ ଶେଖର ରାଉତ, ଚିତ୍ରାଙ୍କନରେ ପ୍ରକାସିନୀ ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଉମେଶ କୁମାର ସାହୁ ଓ ତାଙ୍କ ସାଥୀ, ଭାଗ୍ୟଶ୍ରୀ ଓ ତାଙ୍କ ସାଥୀ,କାବେରୀ ନାୟକ ଓ ତାଙ୍କ ସାଥୀ ପ୍ରମୁଖ କୃତ୍ତିତ୍ୱ ହାସଲ କରି ଜିଲ୍ଲା ସ୍ତରୀୟ ସୁରଭୀ ପାଇଁ ମନୋନୀତ ହୋଇଥିଲେ । ସେହିପରି କନିଷ୍ଠ ବିଭାଗରେ ୧୮ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିଲେ । ଉଦଯାପନ ଉତ୍ସବରେ ହାଟଡିହି ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଏବିଇଓ ତଥା ବିଆରସିସି ବିନୋଦ କୁମାର ରାଉତ, ଏବିଇଓ ସୁରଥ କୁମାର ସାହୁ, ସୁରେଶ କୁମାର ଜେନା, ମରୈଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମମତାମୟୀ ନାୟକ ପ୍ରମୁଖ ଯୋଗଦେଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସିଆରସିସି ପ୍ରଫୁଲ କୁମାର ସାହୁ, କୁଳମଣି ସେଠୀ, ପ୍ରଭାତ କୁମାର ଜେନା, ସୁକାନ୍ତ କୁମାର ଜେନା, ଶିକ୍ଷକ ସୁଦର୍ଶନ ବାରିକ, ଅନିମା ରାଉତ, ସଶ୍ମିତା ମଞ୍ଜରୀ ଦାସ, ସ୍ୱର୍ଣ୍ଣମୟୀ ଦାସ, ନିରୁପମା ବେହେରା, ନିରୁପମା ପୃଷ୍ଟି, ଯୁଗଳ କିଶୋର ସାହୁ, ରଶ୍ମିରଞ୍ଜନ ରାଉତ, ସୋମନାଥ ସେଠୀ, ନିରଞ୍ଜନ ଚକ୍ର, ସ୍ୱରୁପାନନ୍ଦ ମିଶ୍ର, ଦାଶରଥି ଦେହୁରୀ, ବିସିକେଶନ ଭୁୟାଁ, ଦୟାନିଧି ସାହୁ, ଯ୍ୟୋତିର୍ମୟ ପତି, ବସନ୍ତ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ