ମରୈଗାଁ ପୋଷ୍ଟଅଫିସରେ ଅଚଳାବସ୍ଥା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ପୋଷ୍ଟ ଅଫିସରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଦେଖା ଦେଇଛି । ଏନେଇ ମରୈଗାଁ ପଞ୍ଚାୟତବାସୀ ଲିଖିତ ଭାବେ କେନ୍ଦୁଝର ପୋଷ୍ଟାଲ ସୁପରିଟେଣ୍ଡଣ୍ଟଙ୍କୁ ଲିଖିତ ଭାବେ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ପଞ୍ଚାୟତର ଶରତ କୁମାର ସେଠୀ, ଚକ୍ରଧର ଜେନା, କୃଷ୍ଣଚନ୍ଦ୍ର ସାହୁ, ସୁଦର୍ଶନ ଘଡେଇ, ମନ୍ମଥ ପଣ୍ଡା, ପ୍ରତାପ କୁମାର ଘୋଷ, ମହେଶ୍ୱର ଶଙ୍ଖୁଆ, ଅଲେଖ ଚନ୍ଦ୍ରୟ ଗିରି, ପିତନ ଘୋଷ, ପଦ୍ମ ଳୋଚନ ଜେନା ପ୍ରମୁଖଙ୍କ ଅଭିଯୋଗ ଅନୁଯାଇ ଉକ୍ତ ପୋଷ୍ଟ ଅଫିସଟି ହାଟଡିହି ସବପୋଷ୍ଟ ଅଫିସ ଅଧିନରେ ଚାଲୁଛି । କିନ୍ତୁ ଏଠାରେ ନିଯୁକ୍ତ ପୋଷ୍ଟମାଷ୍ଟର ଜଣକ ପୋଷ୍ଟ ଅଫିସକୁ ସରକାରଙ୍କ ନୀତି ନିୟମ ଅନୁସାରେ ନଖୋଲି ମନଇଛା ଖୋଲୁଛନ୍ତି । ଏପରିକି ନିଶାଶକ୍ତ ହୋଇ ଅଫିସରେ ବସିବାରୁ ସାଧାରଣ ଲୋକମାନେ ପୋଷ୍ଟ ଅଫିସକୁ ଯାଇପାରୁ ନାହାନ୍ତି । ଡାକ ମାଧ୍ୟମରେ ଆସୁଥିବା ଚିଠିପତ୍ର ଠିକ ଭାବେ ବଣ୍ଟନ କରାନଯାଇ ପୋଷ୍ଟ ଅଫିସରେ ଓ ନିଜ ଘରେ ପକାଇ ରଖୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଫଳରେ ଏହି ପଞ୍ଚାୟତର ଲୋକମାନେ ଡାକସେବାରୁ ଏକ ପ୍ରକାର ବଞ୍ଚିତ ହୋଇ ରହିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଡାକ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ