ମର୍ମନ୍ତୁଦ ସଡକ ଦୁର୍ଘଟଣା,୩ ମୃତ ଓ ଜଣେ ଗୁରୁତର
କରଂଜିଆ,(ଜିତେନ୍ଦ୍ର ରାଜ):୨ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ରେ ଘଟଣା ସ୍ଥଳରେ ୨ ଓ ଡାକ୍ତରଖାନା ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତ୍ତର ର ଚିକିତ୍ସା ଜାରିରହିଛି
ଏଭଳି ହୃଦୟବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ସିଙ୍ଗଡ଼ା ନିକଟରେ ଘଟଣାରୁ ପ୍ରକାଶ ଯେ କରଞ୍ଜିଆ -ଖିଚି°ରାସ୍ତା ଦୂର୍ଗା କନଷ୍ଟ୍ରକସନ କ୍ୟାମ୍ପ ମହାଦେବଶାଳ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ କରଞ୍ଜିଆ -ଖିଚି° ରାସ୍ତାରେ ରରୁଆଁ ଥାନା ବାରିଆ ପଞ୍ଚାୟତ କୁଦସାହି ଗାଁର ମାଟାରାମ(ମାଟୁ) ଗାଗରାଇ(୬୦) ପିତା ସ୍ୱର୍ଗତ ସବନାଥ ଗାଗରାଇ, ସେହି ଗାଁର ଶିବପ୍ରସାଦ ଜେରାଇ (୨୮) ପିତା କାଣ୍ଡେରାମ ଜେରାଇ ଓ ଗହ୍ମାସାହିର ରଜତ କୁମାର ଚାତାର (୨୬) ତିନିଜଣଙ୍କ ସହ ଏକ ସ୍କୁଟି ନମ୍ବର ଓଡି୧୧ଏଏ୫୬୦୫ ରେ କଚେରୀ କାର୍ଯ୍ୟରେ କରଞ୍ଜିଆ କୁ ଆସୁଥିଲେ।ଅପର ଦିଗରୁ ୧୯ ବର୍ଷିୟ ଅପରିଚିତ ଚାଳକ ଅନ୍ୟ ଏକ ସ୍କୁଟି ନମ୍ବର ଓଡି୧୧ଏଡି ୬୪୫୭ ଏକ ବୋଲେରୋ ଗାଡ଼ିକୁ ଅତିକ୍ରମ କରୁଥିବା ସମୟରେ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ସମସ୍ତ ଆରୋହୀ ଉଭୟ ଯାନରୁ ଛିଟିକି ପଡ଼ିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଶିବପ୍ରସାଦକୁ ଲୋକମାନେ ଏକ ପିକଅପ୍ ଗାଡ଼ିରେ ପଠାଇଥିଲେ। ଘଟଣାସ୍ଥଳରେ ସିଙ୍ଗଡ଼ା ଫାଣ୍ଡି ଅଧିକାରୀ ତପନ କୁମାର ବାରିକ ପହଞ୍ଚି ତିନି ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଉଭୟ ସ୍କୁଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ଦୁର୍ଘଟଣାରେ ରଜତ,ମାଟାରାମ ଓ ଅନ୍ୟ ଅପରିଚିତ ଜଣଙ୍କ ମୃତ୍ୟୁ ହୋଇଥିବା ଏଵଂ ଶିବପ୍ରସାଦ ଗୁରୁତର ଅବସ୍ଥାରେ ବର୍ତ୍ତମାନ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଚିକିତ୍ସାଳୟ ସୂତ୍ରରୁ ଜଣାପଡିଛି.