ମର୍ମନ୍ତୁଦ ସଡକ ଦୁର୍ଘଟଣା: ପାଠ ପଢିବାକୁ ଆସି ଲିଭିଗଲା ଜୀବନ ଦୀପ, ହାଇୱା ଧକ୍କାରେ ଛାତ୍ରୀ ମୃତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବୁଧବାର ସକାଳେ ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ଆଗରପଡା-କୁପାରୀ ରାସ୍ତାର କାଣ୍ଡବା ପୋଲ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ଅଙ୍ଗନୱାଡି କେନ୍ଦ୍ରକୁ ପାଠ ପଢିବାକୁ ଆସି ୪ ବର୍ଷ ଛାତ୍ରୀର ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଇଛି । ଘଟଣାରୁ ପ୍ରକାଶ ଯେ, ବୁଧବାର ସକାଳେ ସବୁଦିନ ପରି ଆଜି କାଣ୍ଡବା ଆଦିବାସୀ ସାହିର ଛୋଟରାୟ ଟୁଡୁଙ୍କ ଝିଅ ଡୁଲି ଟୁଡୁ(୪) ପାଠ ପଢିବା ପାଇଁ ଅନ୍ୟ ସାଙ୍ଗ ମାନଙ୍କ ସହିତ ନିକଟସ୍ଥ କାଣ୍ଡବା ଅଙ୍ଗନୱାଡି କେନ୍ଦ୍ରକୁ ଆସିଥିଲେ । ରାସ୍ତାରେ ସାଙ୍ଗ ମାନଙ୍କ ସହିତ ଯାଉଥିବା ବେଳେ କୁପାରୀ ପାଶ୍ୱର୍ରୁ ଆଗରପଡା ଆଡକୁ ଦ୍ରୁତ ଗତିରେ ଆସୁଥିବା ଓଡି-୨୨ଏଲ-୫୫୭୦ ନମ୍ବର ହାଇୱା ଗାଡିଟି ତାଙ୍କୁ ଧକ୍କା ଦେଇଥିଲ । ଘଟଣା ସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ଘଟିବା ସହ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ଫଳରେ ଉଭୟ ପାଶ୍ୱର୍ରୁ ଗାଡି ଚଳାଚଳା ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିଥିଲା । ତହସିଲଦାର ମନୋରମା ଜାଲି, ସିଡିପିଓ ରେଣୁବାଳା ଦାସ ଓ ଆଗରପଡା ଆଇଆଇସି ରମେଶ ସିଂ ପ୍ରମୁଖ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପରେ ଛାତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏଥିନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ପକ୍ଷରୁ ମାମଲା ରୁଜ୍ଜୁ କରାଯାଇ ଦୁର୍ଘଟଣା ଘଟାଇଥିବା ହାଇୱା ଓ ଚାଳକକୁ ଅଟକ ରଖିଛି । ଅପରପକ୍ଷେ ତହସିଲ ଓ ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମୃତକ ପରିବାରଙ୍କୁ ୧୦ ହଜାର ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।


