ମଲ୍ଲୀଝରପଲ୍ଲୀରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପୁଣି ଥରେ ଖୋଲିବା ଏବଂ କରାଖାଲ ସୌରା ସାହିର ବସ୍ତିର ବିଭିନ୍ନ ସୁବଧା ପ୍ରଦାନ କରିବା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର,(ଦେବଦତ୍ତ ମହାରଣା): ଧରାକୋଟ ବ୍ଲକ ଶରଧାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରାଖାଲ ସୌରା ବସ୍ତିକୁ ପାନୀୟ ଜଳ , ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଓ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଦାବୀ ନେଇ ବସ୍ତି ବାସିନ୍ଦା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆଜି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
କରାଖାଇ ସୌରା ସାହିରେ ଗତ ୨ ବର୍ଷ ହେଲା ୨୫ ଟି ଆଦିବାସୀ ଜମିହୀନ ପରିବାରର ବସତି ସ୍ଥାପନ କରିଆସୁଛନ୍ତି । ସେହି ବସ୍ତିରେ ପିଇବା ପାଣି ର ବ୍ୟବସ୍ଥା ନଥିବାରୁ ସେମାନେ ବାଧ୍ୟ ହୋଇ ନାଳ ପାଣି ବ୍ୟବହାର କରୁଛନ୍ତି । ଆଉ ଏହି ନାଳ ପାଣି ବ୍ୟବହାର କରି ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣୁ ସେମାନଙ୍କ ବସ୍ତିରେ ଏକ ନଳକୂପ ଖନନ କରିବା ସହିତ ବିଦ୍ୟୁତ ଯୋଗାଣ କରିବା ପାଇଁ ସେମାନେ ଏହି ସ୍କାରକପତ୍ର ରେ ଦର୍ଶାଇଛନ୍ତିା ସେହିପରି ବସ୍ତିର ବାସ କରୁଥିବା ଲୋକଙ୍କ ଗମନାଗମନ ପାଇଁ ଶରଧାପୁର ବା ବରିଗୁଡା ଠାରୁ ସୌରା ସାହିକୁ ଥିବା ରାସ୍ତା କୁ ତୁରନ୍ତ ପକ୍କା ରାସ୍ତାର ବ୍ୟବସ୍ଥା କରିବା ପାଇଁ ମଧ୍ୟ ସୂଚାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଦଳିତ ନେତା ଭୀମସେନ ବେହେରା, ଜାକବ ମଣ୍ଡଳ, ସୁନିତା ମଲ୍ଲିକ, ଗୀତାଞ୍ଜଳି ମଲ୍ଲିକ, ୱାର୍ଡ ସଭ୍ୟା ଅପୂର୍ବା ମଲ୍ଲିକ , ଆଦମ ଗମାଗମ, ରାଜେନ୍ଦ୍ର ରଇତ , ସୁଦଷ୍ଣା ମଲ୍ଲିକ ଙ୍କ ସମେତ ବହୁ ବସ୍ତି ବାସିନ୍ଦା ମାନେ ଉପସ୍ଥିତ ଥିଲେ ।ସେହିପରି ଧରାକୋଟ ବ୍ଲକ ବାହରପୁର ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀଝରପଲ୍ଲୀ ଗ୍ରାମରେ ଥିବା ବିଦ୍ୟାଳୟଟିକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଛି । ବିଦ୍ୟାଳୟ ରେ ପାଠ ପଢୁଥିବା ପ୍ରାୟ ୪୨ ଜଣ ପିଲା ପାଠ ପଢିବାରୁ ବଂଚିତ ହୋଇପଡିଛନ୍ତି । ଏଣୁ ମଲ୍ଲୀଝରପଲ୍ଲୀ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ କୁ ପୁଣିଥରେ ଖୋଲାଯିବା ସହ ଏଠାରେ ନୂତନ ଭାବେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲିବା ଦାବି ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ମଧ୍ୟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି । ଆଗାମୀ ୧୫ ଦିନ ମଧ୍ୟରେ ଗ୍ରାମରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ନ ଖୋଲାଗଲେ ସେମାନେ ରାସ୍ତାରୋକ କରି ଆନ୍ଦୋଳନ କରିବେ ବୋଲି ଏହି ସ୍ମାରକ ପତ୍ର ରେ ଦର୍ଶାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗ୍ରାମର ବହୁ ଜନଧାରଣ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ