ଦିଗପହଣ୍ଡିରେ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ

ବଳଦେବଙ୍କ ଯୋଗୁଁ ଖେମୁଣ୍ଡି ମାଟି ମହାନ୍: ଡ.ଓଝା।

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବିକାଶ ପରିଷଦ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ମହୋତ୍ସବ ଆୟୋଜିତ ହୋଇଯାଇଛି। ରାଜ ବାଟି ସିଂହଦ୍ୱାର ସମ୍ମୁଖରେ ଆୟୋଜିତ ସଭାରେ ପରିଷଦର ସଭାପତି ଅଶେଷ ନାଥ ମିଶ୍ରଙ୍କ ଅଧ୍ଯକ୍ଷତା କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ମୂଖ୍ଯଅତିଥି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଡ.କୁଳମଣି ଓଝା ମୂଖ୍ଯବକ୍ତା, ବିଶିଷ୍ଟ ସାହିତ୍ୟିକ ଡ.ଲମ୍ବୋଦର ପାଣିଗ୍ରାହୀ, ଡ.ହୃଷିକେଶ ପଣ୍ଡା ଏବଂ ଡ.ଅନନ୍ତରାମ କର କୌଣ୍ଡିନ୍ଯ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏକାଧାରରେ ଜଣେ ସଙ୍ଗୀତଜ୍ଞ, ଦକ୍ଷ ପ୍ରଶାସକ, ବହୁ ଭାଷାବିଜ୍ଞ ଏବଂ କାବ୍ୟ କବିତା ରଚୟିତା ଭାବେ ଖ୍ଯାତି ଅର୍ଜନ କରିଥିବା ବଳଦେବ ରଥଙ୍କୁ ଜନ୍ମ ଦେଇ ଏହି ବଡଖେମୁଣ୍ଡି ମାଟି ଆଜି ମହାନ୍ ହୋଇପାରିଛି ବୋଲି ମୂଖ୍ଯବକ୍ତା ଡ. ଓଝା ତାଙ୍କ ଔଜସ୍ଵନି ଅଭିଭାଷଣ ରେ ମତବ୍ୟକ୍ତ କରିଥିଲେ।ଛାନ୍ଦ,ଚଉତିଶା, ଜଣାଣ,ଚମ୍ପୁ ଆଦି କବିସୂର୍ଯ୍ୟଙ୍କ ରଚନାବଳୀ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ କାଳଜୟୀ ବୋଲି ଅତିଥି ବୃନ୍ଦ ମତପ୍ରକାଶ କରିବା ସହ ବିକାଶ ପରିଷଦ ପୂଜ୍ଯପୂଜା ପରମ୍ପରାର ସୁରକ୍ଷା କବଚ ଭଳି କାର୍ଯ୍ୟ ଅବ୍ଯାହତ ରଖିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ସହରର ସମସ୍ତ କୁଳ ଜାତିସଭା ମୁଖିଆ ମାନଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ସଭାର ସଂଯୋଜକ ତଥା ଦିଗପହଣ୍ଡି ପ୍ରେସ କ୍ଳବ ର ସମ୍ପାଦକ ଗୋପାଳ କୃଷ୍ଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିକାଶ ପରିଷଦର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ସତ୍ୟ ଶରଣ ପାଠୀ, ପଦ୍ମଚରଣ ମେକାପ, ମିଡ଼ିଆ ସଂଯୋଜକ କାଳୁ ଚରଣ ନାହାକ,  କାର୍ଯ୍ଯକର୍ତ୍ତା କେ. କୁନା, ପ୍ରମୋଦ କୁମାର ପାଣିଗ୍ରାହୀ,ନୀଳମାଧବ ପଣ୍ଡା,କାଳୁ ଚରଣ ପାଣିଗ୍ରାହୀ, ସତ୍ୟନାରାୟଣ ଦାସ, ହରିକୃଷ୍ଣ ମିଶ୍ର, ତାରା  ପ୍ରସାଦ ପଟ୍ଟନାୟକ,ଆଦିତ୍ୟ  ମିଶ୍ର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରାଚୀନ ବନବାଦ୍ଯ ଢୁମ୍ପା, ଶ୍ରୀ ଜଗନ୍ନାଥ କଳା ନିକେତନ ଅନୁଷ୍ଠାନ ପକ୍ଷରୁ କବିସୂର୍ଯ୍ୟ ଙ୍କ ବଂଶଧର ଗୁରୁ ଶ୍ରୀ ପ୍ରଦୀପ ରଥଙ୍କ  ଓଡିଶୀ ନୃତ୍ୟ, ଦଧିବାମନ ସଂକୀର୍ତ୍ତନ ଦଳ ଦ୍ବାରା ଆଳାପ,ଗତ ପରେ ମାଁ ଦଣ୍ଡକାଳି ଅନୁଷ୍ଠାନ ପକ୍ଷରୁ ବୀଣା କାର ଙ୍କ ଦ୍ଵାରା ଚଢ଼େୟା ନୃତ୍ୟ, ଢୋଲ ମହୁରୀ ସମେତ ବ୍ରହ୍ମପୁର ର ଶ୍ରୀ ଗୁରୁଦେବ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ