ମସଜିଦ୍‌ ଉପରେ ଆକ୍ରମଣ; ବିସ୍ଫୋରଣରେ ୪ ମୃତ

କାବୁଲ: ପଶ୍ଚିମ କାବୁଲସ୍ଥିତ ଏକ ମସଜିଦ୍‌ ଉପରେ ଶୁକ୍ରବାର ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଶୁକ୍ରବାର ପାଇଁ ଏଠାରେ ସମୂହ ନମାଜ ପାଠ ଚାଲିଥିବା ବେଳେ ମସଜିଦରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପ୍ରାର୍ଥନାସଭାର ମୁଖ୍ୟ ରହିଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିଆନ କହିଛନ୍ତି, ଆତଙ୍କବାଦୀମାନେ ମସଜିଦ ମଧ୍ୟରେ ବିସ୍ଫୋରକ ଖଞ୍ଜି ଏଭଳି ହମଲା କରିଛନ୍ତି। ଏଯାଏ ଏ ସମ୍ପର୍କରେ ଆଉ କୌଣସି ବିସ୍ତୃତ ବିବରଣୀ ମିଳିପାରି ନାହିଁ। ପୋଲିସ ପୂରା ଅଞ୍ଚଳକୁ କର୍ଡନ କରି ଆହତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଛି। ଏଯାଏ କୌଣସି ଆତଙ୍କୀ ସଂଗଠନ ହମଲା ପାଇଁ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଏହାପୂର୍ବରୁ ମସଜିଦରେ ହୋଇଥିବା ହମଲା ପାଇଁ ଆଇଏସ ନିଜକୁ ଦାୟୀ କରିଥିବାରୁ ଏହା ପଛରେ ମଧ୍ୟ ଉକ୍ତ ସଂଗଠନର ହାତ ଥିବା ଆଶଙ୍କା କରାଯାଉଥିବା ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ