ମହାଆଡ଼ମ୍ବର ସହକାରେ ଗଜାନନଙ୍କ ପୂଜାତ୍ସୋବ ପାଳିତ
ହିଞ୍ଜିଳିକାଟୁ, : (ଶେଷଦେବ ସାହୁ) ଭାଦ୍ରବ ମାସ କୃର୍ଷ୍ଣ ପକ୍ଷ ଚତୁର୍ଥୀ ଦିବସ ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ସମେତ ବ୍ଳକର ବିଭିନ୍ନ ଗ୍ରାମ ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହରର ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାପୀଠ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ଧରିତ୍ରୀ ପବ୍ଳିକ ସ୍କୁଲ, ଓଁ ଶ୍ରୀ ଇଂଟରନ୍ୟାସନାଲ ସ୍କୁଲ, ବୁରୁପଡ଼ା ଭଗବତି ବିଦ୍ୟାପୀଠ, ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ବିଦ୍ୟାପୀଠ, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସ୍ୱୟଂଶାସିତ ବିଞାନ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମ ବିଦ୍ୟାଳୟ, ପୋଚିଲିମା ସ୍ଥିତ ସରକାରୀ ଶିଳ୍ନ ତାଲିମ ଅନୁÂାନ, କେଶବ ମାଧବ ସରସ୍ୱତୀ ଶିଶୁ ମନ୍ଦିର ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁÂାନ, ବିଭିନ୍ନ ସାହି ବସ୍ତିରେ ସ୍ୱେଛାସେବୀ ସଙ୍ଗଠନ ଓ ଯୁବ ସମାଜ ପକ୍ଷରୁ ବିଘ୍ନନାଶକ ଗଜାନନଙ୍କ ପୂଜାତ୍ସୋବ ପାଳିତ ହୋଇଯାଇଅଛି । ସ୍ଥାନୀୟ ସହରର ଘୋଡ଼ାହାଡ଼ ପାହାଡ଼ ଏବଂ ସୋମପୁର ଘୋଡେ଼ଇଶୁଣୀ ପୀଠରେ ଥିବା ଗଣେଷ ମନ୍ଦିରରେ ପ୍ରାତଃହରୁ ଦିନତମାମା ଭକ୍ତ ମାନଙ୍କ ଭିଡ଼ ଲାଗି ରହିଥିଲା । ହିଞ୍ଜିଳିକାଟୁ ପୌରପରିଷଦ ଅଂଚଳରେ ଛୋଟବଡ଼ ପ୍ରାୟ ୭୦ ରୁ ଉଦ୍ଧ୍ୱର୍ ବିନାୟକ ମହାପ୍ରଭୂଙ୍କ ମେଢ ବସିଥିଲା । ୧୬ ନଂ ୱାଡର଼୍ ମାଣିକନଗର ଅଂଚଳରେ ସହରର ସବୁଠାରୁ ବ୍ୟୟବହୁଳ ଗଜାନନଙ୍କ ମେଢ ଅନୁÂିତ ହୋଇଥିଲା । ବିନାୟକ ଚତୁର୍ଥୀ ଉପଲକ୍ଷେ ରଜାସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତଲୀଳା ନାଟକ ପରିବେଷଣ କରାଯାଇଥିଲା । ଗଣେଶ ପୂଜାତ୍ସୋବ ସକାଶେ ମାଣିକ ନଗର ଛକ ନିକଟରେ ମୀନା ବଜାରର ଗଢି ଉଠିଥିଲା । ଗଜାନନଙ୍କ ପୂଜାତ୍ସୋବ ସକାଶେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ପୂଜା ମଣ୍ଡପ ଗୁଡ଼ିକୁ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ବାନା ଓ ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା ।