ମହାକାଳପଡା କଲେଜ୍ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କଲେ ଛାତ୍ରଛାତ୍ରୀ
କେନ୍ଦ୍ରାପଡା – ମହାକାଳପଡାର ଶ୍ରୀ ବାୟାବାବା କଲେଜ୍ର ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟିି ଅବଗତ କରିଥିବା ଜଣାପଡିଛି । ଏହି କଲେଜ୍ରେ ମୁଖ୍ୟତଃ ରାସ୍ତା, ଛାତ୍ର ଛାତ୍ରୀଙ୍କ ନିମନ୍ତେ ହଷ୍ଟେଲ ବ୍ୟବସ୍ଥା , ସାଇକେଲ ଷ୍ଟାଣ୍ଡ ଏବଂ କଲେଜ୍ ଚତୁପାଶ୍ୱର୍ର ପାଚେରୀ ନିର୍ମାଣ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀମାନେ ଆଲୋଚନା କରିଥିଲେ । ଏତଦଭିନ୍ନ କଲେଜ୍ ପରିସରରେ ଅଣଛାତ୍ରଙ୍କ ସମେତ ବୁଲା ଗୋରୁ ଗାଈ, ଷଣ୍ଢ ଓ ମଇଁଷି ପ୍ରଭୃତିଙ୍କ ଅବାଧ ପ୍ରବେଷ ଯୋଗୁ କଲେଜ୍ ପରିସରରେ ଛାତ୍ରଛାତ୍ରୀମାନଙ୍କ ଚଳାଚଳରେ ବାଧା ଉପୁଜୁଥିବା, ପାଠପଢାରେ ବାଧା ସୃଷ୍ଟି ହେବା ସହ ଛାତ୍ରୀମାନଙ୍କ ନିରାପତା ପ୍ରତି ଆଶଙ୍କା ସୃଷ୍ଟି ହେଉଥିବା ସମ୍ପର୍କରେ ଅବଗତ କରାଇଥିଲେ । ଏହି କଲେଜର ମୁଖ୍ୟତଃ ଛାତ୍ରଛାତ୍ରୀମାନଙ୍କ ପିଇବା ପାଣି, ଶୈାଚ ପାଇଁ ପାଇଖିନା ଏବଂ ପରିସ୍ରାଗାର ପ୍ରଭୃତି ନଥିବା କଥା ସେମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆଲୋଚନାରେ ପ୍ରକାଶ ଚନ୍ଦ୍ର ଦାସ, ବିଶ୍ୱଜିତ୍ ପରିଡା, ବିନି ଜେନା, ଚିନ୍ମୟୀ ପାଗଲ, ମାନସି ସ୍ୱାଇଁ, ପ୍ରଦୀପ ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।