ମହାନଳା ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶିଶୁମାନଙ୍କ ମଧ୍ୟରେ ଲୁଚି ହୋଇ ରହିଥିବା ଅନ୍ତର୍ନିହିତ ପ୍ରତିଭା ବିଭିନ୍ନ ନାଚ, ଗୀତ ରଚନା ବକୃତା ମାଧ୍ୟମରେ ପରିପ୍ରକାଶ କରିବା ଏହାର ବିକାଶ ଲକ୍ଷ୍ୟ ନେଇ ଆଜି ମହାନଳା ସ୍ତିତ ସରକାରି ପ୍ରାଥମିକ ବିଦ୍ୟାଳୟ ପରିସରରେ ହାଟପଦା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସୁରଭି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ୧୩ ଟି ପ୍ରାଥମିକ ବିଦ୍ୟାଳୟର ୨୦୦ ପ୍ରତିଯୋଗୀ କୁଇଜ୍ କଣ୍ଠସଙ୍ଗୀତ ବକ୍ତୃତା ନୃତ୍ୟ ପ୍ରବନ୍ଧ ପ୍ରଭୃତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କ୍ଲଷ୍ଟର ସଂଯୋଜକ ଅଶୋକ କୁମାର ମଲ୍ଲିକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଆକୁଳଚନ୍ଦ୍ର ଚୌଧୁରୀ ଉଦଘାଟନ କରିଥିଲେ। ସ୍କୁଲ ସଭାପତି ବିନାୟକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଗାୟତ୍ରୀଦତ୍ତ ନାୟକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସିମାଞ୍ଚଳ ରଥ ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ପାଢ଼ୀ ଆସିକା ସମବାୟ ବ୍ୟାଙ୍କ ପାଟପୁର ଶାଖା ପରିଚାଳକ ସନୋଜ କୁମାର ବିଷୋୟୀ ସରପଞ୍ଚ ଜାଗିଲି ସେଠୀ ସମିତିସଭ୍ୟ ପ୍ରତିନିଧି ଜି ସୋମନାଥ ପାତ୍ର ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ ସହ ଶିକ୍ଷାର୍ଥୀ ମାନଙ୍କ ଠାରେ ଥିବା ଲୁକ୍କାୟିତ ପ୍ରତିଭାଶକ୍ତିର ବିକାଶ ପାଇଁ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନ ଶିକ୍ଷକ ବାବୁଲା ଡାକୁଆ ସହକାରୀ ଶିକ୍ଷକ ବାବୁଲା କୁମାର ସାହୁ ଜି କବିତା ବିଦେଶୀ ସାହୁ ପ୍ରମୋଦକୁମାର ବାଡତ୍ୟା ଟୁକୁନା ଜେନା ରୂପାଲି ସେଠି ସନ୍ଧ୍ୟାରାଣୀ ଦୋରା ଗଣେଶ ଶବର ଦିଲୀପ ସ୍ବାଇଁ ଏ ରାମବାବୁ ଦୋରା ବିନାୟକ ମହାରଣା ବାଳକୃଷ୍ଣ ସ୍ୱାଇଁ ସୁଧାଂଶୁ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।