ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନିମାପଡା (ସନ୍ତୋଷ ଦାଶ ) : ପୁରୀ ଜିଲ୍ଲା ନିମାପଡା ବ୍ଲକ ବିଷ୍ଣୁପୁର ନୋଡାଲ ଉପ୍ରା ବିଦ୍ୟାଳୟ ପରିସର ରେ ନବନିର୍ମିତ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ ,ନେତାଜୀ ସୁବାସ ଚନ୍ଦ୍ର ବୋଷ,ଜୟକୃଷ୍ଣ ରାଜ ଗୁରୁ,ସ୍ୱାଧୀନତା ସଂଗ୍ରାମୀ ମୋହନ ଦାଶ ପ୍ରମୁଖ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଅନୁଷ୍ଠାନିକ ଭାବେ ଉନ୍ମୋଚିତ କରିଛନ୍ତି l ମହା ପୁରୁଷ ମାନଙ୍କ ଏହି ପ୍ରତିମୂର୍ତ୍ତି ସବୁକୁ ପୁରୀ ର ଉତ୍କଳ ସ୍ୱାଭିମାନ ମଞ୍ଚ ଉକ୍ତ ବିଦ୍ୟାଳୟ କୁ ପ୍ରଦାନ କରିଛି l ବିଦ୍ୟାଳୟ ପରିସର ରେ ଏହି ଅବସର ରେ ଆୟୋଜିତ ଉତ୍ସବ ରେ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଶିକ୍ଷାବିତ ଗୋପୀନାଥ କର, ଉତ୍କଳ ସ୍ୱାଭିମାନ ମଞ୍ଚ ( ପୁରୀ )ର ସଭାପତି ରାଧାକାନ୍ତ ଦାଶ,ସମ୍ପାଦକ ପ୍ରଭାକର ତ୍ରିପାଠୀ,ନିମାପଡା ବିଡ଼ିଓ ବସନ୍ତ ମଲିକ ଙ୍କ ସହିତ ବହୁ ଶିକ୍ଷାବିତ, ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଓ ବୁଦ୍ଧିଜୀବି ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ