ଦାତବ୍ୟ ହୋମିଓପାଥିକ ଚିକିତ୍ସାଳୟରେ ଡାକ୍ତର ନଥିବାରୁ ରୋଗୀ ଚିକିତ୍ସା ବ୍ୟାହାତ
କୋଣାର୍କ (ଗଣେଶ ବେହେରା): ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଖୋର୍ଦ୍ଧା ପୌରପରିଷଦ ଅଞ୍ଚଳରେ ଚାଲିଥିବା ଦାତବ୍ୟ ହୋମିଓପାଥିକ ଚିକିତ୍ସାଳୟ ରେ ଡାକ୍ତର ନ ଥିବାରୁ ରୋଗୀ ଚିକିତ୍ସା ବ୍ୟାହାତ ଘଟିବା ସହ ତାଲା ଝୁଲୁଛି ବୋଲି ପ୍ରକାଶ ପାଇଥିବା ଖବରକୁ ନେଇ କୋଣାର୍କ ଅଂଚଳର ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ଗତ ଅଗଷ୍ଟ ମାସ ୧ତାରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଖୋର୍ଦ୍ଧା ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖ ଙ୍କୁ ସମସ୍ୟାର ସମାଧାନ ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ତ୍ବରାନ୍ବିତ କରିବା ପାଇଁ ଟ୍ବିଟ ଯୋଗେ ନିବେଦନ କରିଥିଲି ।ଟ୍ବିଟ କରିବାର ୧୦ ଦିନ ପରେ ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ଦାତବ୍ୟ ଚିକିତ୍ସାଳୟ ରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ଆଜି ଯୋଗଦାନ କରିଥିବା ସାମ୍ବାଦିକ ତଥା ସମାଜସେବୀ ଭାଗିରଥି ସ୍ୱାଇଁ ଙ୍କୁ ଟ୍ବିଟ ଯୋଗେ ଖୋର୍ଦ୍ଧା ପୌରପରିଷଦ ପକ୍ଷରୁ ଅବଗତ କରାଇଛନ୍ତି। ଏଥି ପାଇଁ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଖୋର୍ଦ୍ଧା ପୌରପରିଷଦ ନିର୍ବାହୀ ଅଧିକାରୀ ମହୋଦୟ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।


