ମହାପ୍ରୟାଣ ଗାଡି ମିଳିଲାନି ଅଟୋରେ ବୁହାହେଲା ମୃତଦେହ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସକାଳେ ଜଣେ ଯୁବକଙ୍କ ମୃତ୍ୟୁପରେ ମହାପ୍ରୟାଣ ଗାଡି ନ ମିଳିବାରୁ ଅଟୋରେ ପରିବାର ଲୋକେ ମୃତଦେହ ଆଣିଛନ୍ତି। ପ୍ରକାଶଯେ, କ.ନୂଆଗାଁ ବ୍ଲକ ଚାଞ୍ଚେଡି ପଞ୍ଚାୟତ କ୍ରିଟାଙ୍ଗିଆ ଗ୍ରାମର ସିକ୍‌ଲିନ୍‌ ରୋଗରେ ପୀଡିତ ଅଂଶୁମାନ ନାୟକ ଗୁରୁତର ଅବସ୍ଥାରେ ରାଇକିଆ ମେଡିକାଲରେ ଭର୍ତ୍ତି ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ନେବାକୁ ମହାପ୍ରୟାଣ ଗାଡି ନ ମିଳିବାରୁ ପରିବାର ଲୋକେ ଅଟୋ ଭଡା କରି ନେଇଥିଲେ। ଅଶୁଂମାନଙ୍କ ମା’, ବାପା ଭୁବନେଶ୍ୱରରେ କାମ କରୁଛନ୍ତି। ପୁଅର ଅସୁସ୍ଥତା ନେଇ ଖବର ପାଇଥିଲେ ମଧ୍ୟ କରୋନା କଟକଣା ଯୋଗୁ ଗାଡି ଚଳାଚଳ ହେଉ ନ ଥିବାରୁ ଘରେ ପହଂଚି ପାରିନଥିଲେ। ରାଇକିଆ କଣ୍ଟେନ୍‌ମେଣ୍ଟ ଜୋନ୍‌ ଯୋଗୁ ଗ୍ରାମାଞ୍ଚଳର ବହୁ ରୋଗୀ ମେଡିକାଲ ଆସି ନ ପାରି ହଇରାଣ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ