ମହାବିଦ୍ୟାଳୟର ଅଧ୍ୟାପିକା ମାଳତୀ ପରିଡାଙ୍କୁ ଅବସରକାଳୀନ ବିଦାୟ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଅଧକ୍ଷ କୁବେର ମହାନ୍ତଙ୍କ ସଭାପତିତ୍ୱରେ ବିଶିଷ୍ଟ ଶିକ୍ଷାବିତ୍ ମାଳତୀ ପରିଡାଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଦିଆଯାଇଛି । ଛାତ୍ର ବତ୍ସ ନାଁ ମାଳତୀ ମାଡାମ୍ ଜଣେ ମେଳାପୀ , ମିଷ୍ଟଭାଷୀ,ଦାଇତ୍ୱ ସଂମ୍ପନ୍ନା ଅଧ୍ୟାପିକା ଥିଲେ ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀପତି ପୃଷ୍ଟି ,କଲେଜର ଅନ୍ୟ ଅଧ୍ୟାପକ,ଅଧ୍ୟାପିକା ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଦାୟକାଳୀନ ଭାବମୟ ପରିବେଶରେ ନିଜର ପ୍ରିୟ ଅଧ୍ୟାପିକାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।