ମହାବୀର ଯୁବକ ସଂଘ ପକ୍ଷରୁ ନନ୍ଦୋତ୍ସବ ପାଳନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଜନ୍ମାଷ୍ଟମୀ ଅବସରରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ଉପଭୋଗ କରିବାକୁ ଶହଶହ ସଂଖ୍ୟାରେ ଗ୍ରାମବାସୀ ଏକଜୁଟ୍ ହୋଇଥିଲେ। ନନ୍ଦରାଜା ଭୂମିକାରେ ଚୈତନ୍ୟ ଜେନା , ନନ୍ଦରାଣୀ ଭୂମିକାରେ ଚନ୍ଦନ ନାୟକ, କୃଷ୍ଣ ଭୂମିକାରେ ଆୟୁଷ ସାହୁ, ରାଧା ଭୂମିକାରେ ସୁଭଲକ୍ଷ୍ମୀ ସାହୁ,ବଳରାମ ଭୂମିକାରେ ,ସନ୍ତୋଷ କୁମାର ସାହୁ , ପୁତନା ଭୂମିକାରେ ଟୁକୁ ସାହୁ, କଂସ ଭୂମିକାରେ ସତ୍ୟବାନ ସାହୁ ଓ ଅମର କୁମାର ଦାସ, ଚନ୍ଦ୍ରଶେଣା ଭୁମିକାରେ ଅମର କୁମାର ବଳ, ବାଘ ଭୁମିକାରେ ପ୍ରମୁଖ ଅଭିନୟ କରିଥିଲେ କଳାକାରମାନେ ଏହିସବୁ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିବା ସ‌ହିତ ଅଭିନୟ କରି ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବଳରାମ ସେନାପତି, ଶ୍ରୀଧର ସାହୁ,ରାଜୀବ ସାହୁ, ଦେବାଶିଷ ସେନାପତି, ଜନ୍ମେଜୟ ବେହେରା, ରାଜୀବ ଲୋଚନ ସାହୁ, ସୌମ୍ୟ ରଞ୍ଜନ ସାହୁ,ବିଚିତ୍ର ସାହୁ, ଶ୍ରୀକାନ୍ତ ସାହୁ, ସୁଦର୍ଶନ ବେହେରା, ବାବୁଓଝା,ଜଗମୋହନ ସାହୁ, ସୌମ୍ୟରଞ୍ଜନଓଝା, ଓମପ୍ରକାଶ ନାୟକ, ଜଗା ସାହୁ, ରଙ୍ଗାଧର ଦାସ ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ