ରାଷ୍ଟ୍ରପତି ପଦବୀ ପାଇଁ ଏନଡିଏର ଦୋୖପଦୀ ମୁର୍ମୁ ପ୍ରାଥି ଘୋଷଣା

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ଜଗତସିଂହପୁର ଜିଲ୍ଲାର କୋଣ ଅନୁକୋଣରେ ଲୋକଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । କାରଣ ଆମ ଓଡ଼ିଶାର ଜଣେ ବିଦୂଷୀ ମହିଳା ଭାରତ ବର୍ଷର ଶ୍ରେଷ୍ଠ ପଦବୀ ରାଷ୍ଟ୍ରପତି ପଦପାଇଁ ବିଜେପି ତରଫରୁ ମନୋନୀତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ଜୀବନ ଆରମ୍ଭ କରିଥିଲେ ବିଦୂଷୀ ମହିଳା ‌‌ଦ୍ରୈପଦୀ ମୁର୍ମୁ । ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ ସୂତ୍ରରେ ଶ୍ରୀମତୀ ମୁର୍ମୁଙ୍କ ମହାନ ପ୍ରତିଭାକୁ ଜାଣିପାରି ଲୋକ ସଭା ସଦସ୍ୟ ପାଇଁ ମନୋନୀତ କରିଥିଲେ । ପରେ ରାଜ୍ୟପାଳ ଓ ମହାମାନ୍ୟା ରାଷ୍ଟ୍ରପତି ହେବା ପାଇଁ ପ୍ରାୟତଃ ସମର୍ଥ ହେବେ ବୋଲି ଆକଳନ କରାଯାଉଛି । ଏଥିପାଇଁ କେବଳ ଜଗତସିଂହପୁର ନୁହେଁ ସାରା ରାଜ୍ୟବାସୀ ଆନନ୍ଦିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ