ମହାଯଜ୍ଞ ପରିଚାଳନା ନିମନ୍ତେ କମିଟି ଗଠିତ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କମଳାପୁର ସ୍ଥିତ ଶ୍ରୀ ଶ୍ରୀ କାଶୀ ବିଶ୍ୱନାଥ ଶୈବ ପୀଠରେ ଆସନ୍ତା ଫେବୃଆରୀ ୫ ତାରିଖ ଠାରୁ ଏକ ସପ୍ତାହ ବ୍ୟାପୀ ତୃତୀୟ ବିଶ୍ୱଶାନ୍ତି ପଞ୍ଚ କୁଣ୍ଡିୟ ରୁଦ୍ର ମହାଯଜ୍ଞ ପରିଚାଳନା ନିମନ୍ତେ କମିଟି ଗଠିତ ହୋଇଛି। ଶୈବପୀଠ ପରିଚାଳନା କମିଟି ସଭାପତି ପୂର୍ଣ୍ଣ ମଳିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ମହାଯଜ୍ଞ ନିମନ୍ତେ ଜଳଯାତ୍ରା,ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଓ ଜ୍ଞାନଯଜ୍ଞ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପଣ୍ଡିତ ଅଶୋକ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ଏହି ମହାଯଜ୍ଞ ଅନୁଷ୍ଠିତ ହେବ।ମହାଯଜ୍ଞ ସୁପରିଚାଳନା ପାଇଁ ସଭାପତି ରୂପେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଙ୍କୁ ମନୋନୀତ କରାଯାଇଥିବା ବେଳେ ରବୀନ୍ଦ୍ର ନାଥ ଡାକୁଆ – ଉପ ସଭାପତି, ସୁଦାମ ଦୋରା – ସମ୍ପାଦକ, ଦେବହରି ଗୌଡ଼ – ସହ ସମ୍ପାଦକ, ସହଦେବ ରେଡ୍ଡୀ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।୨୧ ଜଣଙ୍କୁ ପରିଚାଳନା କମିଟି ସଦସ୍ୟ ଭାବେ ଚୟନ କରାଯାଇଥିଲା । କମଳାପୁର ଗ୍ରାମବାସୀ ଙ୍କ ସମେତ କଇଠଡା ଏବଂ କୈଠଖଣ୍ଡି ପଞ୍ଚାୟତର ବହୁସଂଖ୍ୟକ ବ୍ୟକ୍ତି ବୈଠକରେ ଉପସ୍ଥିତ ଥିଲେ।