ମହାରାଜାଙ୍କର ୭ମ ମହାପ୍ରୟାଣ ଦିବସ ପାଳନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଜଗଦ୍ଗୁରୁ ଶ୍ରୀ ଶ୍ରୀ ୧୦୦୮ ସ୍ୱାମୀ କୃପାଳଜୀ ମହାରାଜଜୀଙ୍କର ୭ମ ମହାପ୍ରୟାଣ ସ୍ମରଣ ମହୋତ୍ସବ ଭୁବନେଶ୍ୱର ଜୟଦେବବିହାରସ୍ଥିତ ଶ୍ୟାମାଶ୍ୟାମଧାମ ଅନୁଷ୍ଠାନ ପରିସରରେ ତା ୧୦.୧୧.୨୦୧୯ରିଖ ରବିବାର ପ୍ରାତଃ ୭ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୫ ଘଟିକାରେ ସମ୍ପନ୍ନ ହୋଇଥିଲା । ପ୍ରାତଃ ୭ ଘଟିକା ସମୟରେ ଆଶ୍ରମର ଅଧ୍ୟକ୍ଷା ସୁଶ୍ରୀ ବ୍ରଜଚକୋରୀ ଦେବୀଜୀଙ୍କ ଦିଗ୍ଦର୍ଶନରେ ସତ୍ସଙ୍ଗ, ଭଜନ, କୀର୍ତ୍ତିନ ସହିତ ଶ୍ରୀ ମହାରାଜଜୀଙ୍କ ସ୍ମରଣରେ ତାଙ୍କ ଜୀବନୀ ସମ୍ପର୍କୀତ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା । ଏଥିସହିତ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଏବଂ ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କୁ କମ୍ବଳ, ସତରଞ୍ଜି, ବିଛଣା•ଦର, ସ୍ୱେଟର/ଟୋପି ଓ ବ୍ୟାଗ୍ ବଣ୍ଟନ କରାଯାଇଥିଲା । ଏତଦ୍ବ୍ୟତୀ ପ୍ରାୟ ୧୦୦ ଜଣ ଅନାଥ ପିଲାମାନେ ଉପସ୍ଥିତ ରହି କମ୍ବଳ ଓ ସତରଞ୍ଜି ଇତ୍ୟାଦି ଗ୍ରହଣ କରିଥିଲେ ଏବଂ ଉକ୍ତ ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଙ୍ଗୀତଭିତ୍ତିକ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ପରେ ବ୍ରାହ୍ମଣ ଭୋଜନ ସହିତ ଦରିଦ୍ର, ଅନାଥ, ଅସହାୟ, ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାମାନଙ୍କୁ ପ୍ରସାଦ ସେବନ ଦ୍ୱାରା ଆପ୍ୟାୟିତ କରାଯାଇଥିଲା । ଅପରାହ୍ନରେ କଟକ ନରାଜସ୍ଥିତ ସାଧନା ଜରାଶ୍ରମରେ ପ୍ରାୟ ୨୫ଜଣ ଅନ୍ତେବାସୀଙ୍କୁ କମ୍ବଳ, ସତରଞ୍ଜି, ବିଛଣା•ଦର, ସ୍ୱେଟର/ଟୋପି ଏବଂ ବ୍ୟାଗ୍ ଇତ୍ୟାଦି ସହ ରନ୍ଧା ଖାଦ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ଆଶ୍ରମରେ ବିଶେଷ ସାଧାନ ଶିବିର ଅନୁଷ୍ଠିତ କରାଯାଇ ସନ୍ଧ୍ୟାରେ ଉତ୍ସବ ଉଦ୍ଯାପନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀ ବ୍ରଜଚକୋରୀ ଦେବୀ ଏବଂ ସମ୍ପାଦକ ଚୌଧୁରୀ ଚିତ୍ତରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସର୍ବଶ୍ରୀ ବ୍ରଜକିଶୋର ସାହୁ, ଦେବଦତ୍ତ ପଟ୍ଟନାୟକ, ଘନଶ୍ୟାମ ପରିଡ଼ା, ନରେଶ ଚନ୍ଦ୍ର ନନ୍ଦ, ଗୌର ଆ•ର୍ଯ୍ୟ, ପ୍ରହଲ୍ଲାଦ ସାହୁ, ଭୁଜେନ୍ଦ୍ର ସ୍ୱାଇଁ, ବିଜୟ କୁମାର ମହନ୍ତ, ସୁବାସ ଦାସ, ରମାକାନ୍ତ ପୃଷ୍ଟି, ବି. ବସୁମଲ୍ଲିକ ଏବଂ ମନୋରଞ୍ଜନ ମହାନ୍ତି, ସନ୍ଧ୍ୟାରାଣୀ ରାଉତ, ରେଣୁବାଳା ରାଉତ ଓ ସୁଷମା ମହାନ୍ତି ପ୍ରମୁଖ ସଭ୍ୟମାନଙ୍କ ସହଯୋଗରେ ଉତ୍ସବଟି ମହାନନ୍ଦରେ ସମ୍ପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ