ମହାରାଷ୍ଟ୍ର ଏବଂ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଭାବବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପରିସରରେ ଭାରତ ସରକାରଙ୍କ ‘ଏକ ଭାରତ ଶ୍ରେଷ୍ଠଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ମହାରାଷ୍ଟ୍ର ଓ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତ୍ର ସୂଚନା କାର୍ଯ୍ୟାଳୟ, ମୁମ୍ବାଇ ଏବଂ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ମହାରାଷ୍ଟ୍ରର ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭାବବିନିମୟ ଅବସରରେ ଓଡ଼ିଶାର କଳା, ସଂସ୍କୃତି, ପର୍ଯ୍ୟଟନ, ଜୀବନଜୀବିକା, ରାଜନୀତି ଆଦି ସମସ୍ତ କ୍ଷେତ୍ରରେ ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିସ୍ତୃତଭାବେ ସୂଚନା ଦିଆଯାଇଥିଲା ।ସେମାନଙ୍କ ସହିତ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରର ପ୍ରତିନିଧିମାନେ ବିସ୍ତୃତଭାବେ ଆଲୋଚନା କରିଥିଲେ ।ଏହି ଅବସରରେ ମହାରାଷ୍ଟ୍ର ପ୍ରତିନିଧି ଦଳର ସଦସ୍ୟମାନେ ଓଡ଼ିଆ ଗଣମାଧ୍ୟମର କ୍ରମବିକାଶ, ସ୍ଥିତି ଓ ପ୍ରଗତି ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ।ସେହିପରି ଓଡ଼ିଆଆ ଧ୍ୟାତ୍ମିକ ସଂସ୍କୃତି ଉପରେ ମହାରାଷ୍ଟ୍ର ସଂସ୍କୃତିର ପ୍ରଭାବ ଏବଂ ଦୁଇ ରାଜ୍ୟମଧ୍ୟରେ ରହିଥିବା ସାଂସ୍କୃତିକ ସମ୍ପର୍କ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ରାଷ୍ଟ୍ରୀୟଏକତା ଓ ଅଖଣ୍ଡତା ବଜାୟ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ଭାରତ ଶ୍ରେଷ୍ଠଭାରତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ମଧ୍ୟରେ ସାଂସ୍କୃତିକ ଓ ସାମାଜିକ ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଉଦ୍ଦେଶ୍ୟରେ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାରାଷ୍ଟ୍ର ଗଣମାଧ୍ୟମ ପ୍ରତିନିଧି ଦଳ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରସ୍ଥିତ ଲିଙ୍ଗରାଜମନ୍ଦିର, ଚିଲିକା ହ୍ରଦ ସମେତ ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀବୁଲି ଦେଖିବେ । ଏହାଛଡ଼ା ହସ୍ତକଳା, ହସ୍ତଶିଳ୍ପ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା କଟକ ଜିଲ୍ଲାର ମାଣିଆବନ୍ଧ, ପୁରୀଜିଲ୍ଲାର ପିପିଲି ଓ ରଘୁ ରାଜପୁର ୟୁନେସ୍କୋ ଐତିହ୍ୟ ଗ୍ରାମ ଆଦି ସ୍ଥାନ ପରିଦର୍ଶନ କରିବେ । ଏହି ଅବସରରେ ସେମାନେ ଓଡ଼ିଆ ଜୀବନଶୈଳୀ, ଭାଷା, କଳା ଓ ସଂସ୍କୃତି ବିଷୟରେ ଅଧ୍ୟୟନ କରିବେ । ପିଆଇବି ମୁମ୍ବାଇର ଉପନିର୍ଦ୍ଦେଶକ ଡ. ରାହୁଲ ତିଡକେଙ୍କ ନେତୃତ୍ୱରେ ୬ଜଣିଆ ମହାରାଷ୍ଟ୍ର ପ୍ରତିନିଧି ଦଳରେ ଲୋକ ମତ ସମ୍ବାଦପତ୍ରର ନିଲେଶଡି., ସକାଲ ସମ୍ବାଦପତ୍ରର ବ୍ରିଜମୋହନ ପାଟିଲ, ନବଭାରତର ସୁନୀଲ ନନ୍ଦଗାଓଁକର, ପୂଣ୍ୟ ନଗରୀର ଦୀପକ ନିକମ, ଦୁରଦର୍ଶନର ବିଶ୍ୱଭୂଷଣ ଛୋଟରାୟ ସାମିଲ ଅଛନ୍ତି । ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି)ର ନିର୍ଦ୍ଦେଶକ ଅଖିଳକୁ ମାରମିଶ୍ର, ପିଆଇବି ଭୁବନେଶ୍ୱରର ଉପ ନିର୍ଦ୍ଦେଶକ ସୀତାନାଥ ମିଶ୍ର, ଗଣ ଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ କୁମାର ଚୌଧୁରୀ ଓ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ