ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପ୍ରବଳ ଭିଡ଼, ୨ ମହିଳା ଭକ୍ତ ଆହତ

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ବୁଧବାର ପବିତ୍ର ଜାଗର । ଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଦେଇ ଧାଡ଼ିରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଲମ୍ବା ଲାଇନ୍‌ ଲାଗିଥିବା ବେଳେ ଏହାରି ଭିତରେ ଠେଲାପେଲା ହୋଇଛନ୍ତି ଲୋକ । ଠେଲାପେଲା ସ୍ଥିତି ଉପୁଜିବାରୁ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି।ଶ୍ରୀଲିଙ୍ଗରାଜ ମନ୍ଦିରରେ ଆକଳନଠୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଛି । ପ୍ରବଳ ଭିଡ଼ ଯୋଗୁଁ ମୁଖ୍ୟ ପ୍ରବେଶ ଦ୍ବାର ସିଂହଦ୍ବାର ନିକଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି ।ଅଧିକ ଭକ୍ତଙ୍କ ଯୋଗୁ ଭିଡ଼ ନିୟନ୍ତ୍ରଣ ସାମାନ୍ୟ କଷ୍ଟ ହୋଇଛି । ସାହାଣମେଳା ଦର୍ଶନ ପରେ ବ୍ୟବସ୍ଥିତ ହୋଇଯିବ ଭିଡ଼ । ଏନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ଚଞ୍ଚଳ ରାଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ