ମହା ଆଡମ୍ବର ଚାଲିଛି ଗଜଲକ୍ଷ୍ମୀ ପୂଜା

ପାରଳାଖେମୁଣ୍ଡି -(ଯୁଗାବ୍ଦ ନ୍ୟୁଜ )-ତାରିଣୀ ପ୍ରସାଦ ପଣ୍ଡା -ଧୂପ, ଦୀପ, ଘଣ୍ଟ , ଢୋଲ, ତାଳ କମ୍ପି ଉଠୁଛି ସାରା ପରିବେଶ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଣ୍ଡାରୀ ସାହିରେ ଆବାହନ୍ନ କରିଛନ୍ତି ଭଣ୍ଡାର ଘରଣୀ। ମାଁ-ଙ୍କ ଆଶୀବାଦ ଭିକ୍ଷା କରିବା ପାଇଁ ପ୍ରତେକ ଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ମାଁ’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ। ଏଥିରୁ ପାରଳାଖେମୁଣ୍ଡି ବାଦ ପଡନ୍ତା ବା କିପରି। ମାଁ-ଙ୍କ ଦର୍ଶନ କରିବା ସହ ଦୀପଦାନ କରି ଆଶୀଵାଦ ଭିକ୍ଷା କରିବା ପାଇଁ ପ୍ରତେକ ଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପୂଜାକୁ ଆକର୍ଷଣ କରିବା ପାଇଁ ପୂଜା କମିଟି ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି କମିଟିର ସଦସ୍ୟ। ସର୍ବମୂଳ ଆଧାର ହେଉଛନ୍ତି ମାଁ।ଯେତେ ଦେଖ କଷ୍ଟ ଥିଲେ ମଧ୍ୟ ମାଁ’ଙ୍କ ଶରଣରେ ନିଜକୁ ସମପିତ କଲେ ଏହା ସୁଖରେ ପରିଣତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ପାରଳାଖେମୁଣ୍ଡିର ଭଣ୍ଡାରୀ ସାହିର ପୂଜା ରହିଛି ସ୍ଵତନ୍ତ୍ରତା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ଦିନ ଆୟୋଜିତ ମାଁ’ଙ୍କ ପୂଜା ମଣ୍ଡପରେ ସନ୍ଦରେ ଶ୍ରଦ୍ଧାଳୁମାନଙ୍କ ଭିଡ ଜମାଇ ଦୀପଦାନ କରିବା ସହ ମା’ଙ୍କ ଆଶୀବାଦ ଭିକ୍ଷା କରିବା ସହ ପୂଜା ଚୁଡି ଓ ସିନ୍ଦୂର ପାଇଁ ଶ୍ରଦ୍ଧାଳୁ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି।  ଚଳିତ ବର୍ଷ ଏହି ପୂଜା ୩୫ ବର୍ଷରେ ପଦାର୍ପଣ କରିଛି। ପ୍ରତିବର୍ଷ କିଛି ନା କିଛି ସ୍ୱତନ୍ତ୍ର ସାଜସଜ୍ଜା ସହ କାର‌୍ୟ୍ୟକ୍ରମ ଆୟୋଜନ କରିଛି ପୂଜା କମିଟି। ଚଳିତ ବର୍ଷ ପୂଜା କମିଟି ଆକର୍ଷଣୀୟ ମେଢ ସହ ସାଜସଜ୍ଜା କରାଯାଇ ପୂଜାର ଆୟୋଜନ କରିବା ସହ ପ୍ରତେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜିତ କରାଯାଇଛି। ମାଁ’ଙ୍କ ପୂଜା ଦୀପଟିଏ ଦେଇ ମନଭରି ଡାକିଲେ ମନସ୍କାମନା ପୂରଣ ହୋଇଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା କହିଛନ୍ତି ପୂଜକ। ମାଁ’ଙ୍କ ନିକଟରେ ଦୀପଦାନ କରି ଜାହା ମାନସିଲେ ତାହା ପୁରଣ ହୋଇଥିବାରୁ ଏହି ପୂଜା ମଣ୍ଡପରେ ପ୍ରତେକ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ