ଆଠ ଜୁଆଡି ଗିରଫ

ପାରଳାଖେମୁଣ୍ଡି -(ଯୁଗାବ୍ଦ ନ୍ୟୁଜ) -ତାରିଣୀ ପ୍ରସାଦ ପଣ୍ଡା -ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୮ ଜଣ ଜୂଆଡି ଗିରଫ ହେବା ସହ ସେମାନଙ୍କ ନିକଟରୁ ୨୫,୫୫୦ ଟଙ୍କା ସମେତ ୭ ଗୋଟି ମୋବାଇଲ ଫୋନ ଜବତ କରାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ନିଦ୍ଧେଶ କ୍ରମେ ସଦର ଥାନା ପୁଲିସ ଅଧିକାରୀ ବିବେକାନନ୍ଦ ସ୍ୱାଇଁ ନେତୃତ୍ୱରେ ରାତ୍ରକାଳିନ ପ୍ରେଟ୍ରୋଲିଂ ଚାଲୁଥିବା ସମୟରେ ସଞୟ ଗାନ୍ଧୀ କୋଲେନ୍ର ର ଆଞ୍ଚଳିକ ପୁତ୍ତ ବିଭାଗର କ୍କଟର ପଛପଟେ କିଛିଲୋକ ଜୁଆ ଖେଳୁଥିବାର ଦେଖିବାକୁ ପାଇଥିଲେ। ତୁରନ୍ତ ସେଠାରେ ଚଢାଉ କରି ୮ ଜଣ ଜୂଆଡିଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିଲେ। ଗିରଫ ହୋଇଥିବା ଜୁଆଡି ମାନେ ପାରଳାଖେମୁଣ୍ଡି ବଜାର ସାହିର କେ. ରାମାରାଓ, ବାଇଲି ରାମା, ତେଲିସୁଣ୍ଡି ସାହିର ଜୁଗୁନୁ ସାହୁ, କୁମ୍ଭାର ସାହିର ଜିତେନ୍ଦ୍ର ବେହେରା, ଓଡ଼ିଆ କୁମ୍ଭାର ସାହିର ତାରିଣୀ ବେହେରା, ଓଡ଼ିଆ ପାରଳା ସାହିର ଭସ୍କି ବରଗଡ, ବି.ଏଲ.ପେଡା ସାହିର ଚିଟି ଦୁର‌୍ୟ୍ୟୋଧନ ଓ ଆନ୍ଦ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଟେକିଲି ଗ୍ରାମର ଗୋପିନାଥ ପଣ୍ଡା ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରୁ ୨୫,୫୫୦ ଟଙ୍କା ସମେତ ୭ ଗୋଟି ମୋବାଇଲ ଫୋନ ଜବତ କରିଛି। ଏନେଇ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ ୧୯୯/୧୯ ,୩ ଓପିଜି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ ଏଏସଆଇ ପ୍ରସନ୍ନ କୁମାର ତାରିଣୀ କହିଛନ୍ତି। ଏହି ଚତାଉରେ ଏସ ଆଇ ଶରତ ଚନ୍ଦ୍ର ରାୟ , ସୁନୀଲ କୁମାର ଦଳେଇ, ହାବିଲଦାର କେ ଭି ରନମ, କନିଷ୍ଟେବଲ ହରେକୃଷ୍ଣ ସାମଲ, ହରିହର ବେହେରା ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ