ମହା ଶିବରାତ୍ରି ଉତ୍ସଵ ମହା ଆଡମ୍ବରରେ ପାଳିତ
ପାରଳାଖେମୁଣ୍ଡି,(ଯୁଗାବ୍ଦ ନ୍ୟୁ୍ଜ) : ରାଜଗୁରୁ ସାହି ଛକ ନିକଟରେ ଗୋପେଶ୍ୱର ମହାଦେବ ମନ୍ଦିର ରେ ପବିତ୍ର ମହା ଶିବରାତ୍ରି ଉତ୍ସଵ ମହା ଆଡମ୍ବରରେ ପାଳିତ ହୋଇଛି । ଦିନ ତମାମ ଭକ୍ତଙ୍କ ସମାଗମ ଲାଗି ରହିଥିଲା ଏବଂ ସନ୍ଧ୍ୟାରେ ଉତ୍କଳ ହିତୈଷୀଣି ପରିବାର ତରଫରୁ କଳାକାର ମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଭଗବାନ ଦେଵ ଦେଵ ମହାଦେବଙ୍କ ମହାଦୀପ ମଧ୍ୟରାତ୍ର ଠିକ ୧୨ ଘଣ୍ଟା ସମୟରେ ଉଠିଥିଲା। ହୁଳହୁଳି ଓ ଘଣ୍ଟ ଧ୍ୱନି ରେ ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା । ଉକ୍ତ ସାଂସ୍କୃତିକ କାର୍ୟ୍ୟକ୍ରମ ରେ ହାଇଟେକ ଗ୍ରୁପ ଓ ଟି ପି ସ୍ପେସଲିଟି ହସ୍ପିଟାଲ ର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଯୋଗଦାନ କରିଥିଲେ ଏବଂ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ପାରଳାର ସଂସ୍କୃତି ଓ ସାହିତ୍ୟ ଯୁଗେ ଯୁଗେ ସୁନାମ ଅର୍ଜନ କରିଛି ଏବଂ ଆଗକୁ ମଧ୍ୟ ସୁନାମ ଅର୍ଜନ କରିବ ।ଏହାପରେ ଗୁରୁ ଶ୍ରୀ କୈଳାଶ ଚନ୍ଦ୍ର ପଟ୍ଟନାୟକ ଶ୍ରୀ ପାଣିଗ୍ରାହୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିବା ସହ ତାଙ୍କରି ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ପ୍ରଭୂ ମହାଦେବ ତାଙ୍କୁ ଆଶ୍ରବାଦ କରନ୍ତୁ ବୋଲି କହିଥିଲେ ।