ମହିମା ସେବା ଫାଉଣ୍ଡେସନର ଦ୍ୱିତୀୟ ସ୍ୱନକ୍ଷତ୍ର ପାଳିତ : ସାରସ୍ୱତ ପ୍ରତିଭାଙ୍କୁ ମହିମା ସେବା ସମ୍ମାନ ୨୦୨୧

ଭୁବନେଶ୍ୱର,(ୱାଇଏନ୍‍ଏସ୍‍): ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନର ଦ୍ୱିତୀୟ ସ୍ୱନକ୍ଷତ୍ର ସ୍ଥାନୀୟ ଜନକଲ୍ୟାଣ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ସହ ବିଶିଷ୍ଟ ସାହିତ୍ୟିକା, ଲେଖିକା, ସମ୍ପାଦିକା ମନୋରମା ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବ୍ରଜବନ୍ଧୁ ପରିଡ଼ା, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ, ଭାଷାପ୍ରାଣ, ସାମ୍ବାଦିକ ଡ. ଅସିତ ଦାସ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଯୋଗଦେଇ ମା’ ମାଟି ଓ ମାତୃଭାଷା ପ୍ରତି ସମସ୍ତେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ମାନବ ସେବା ହିଁ ମାଧବ ସେବା । ସମସ୍ତ ନିଜ ନିଜ ସ୍ତରରେ ଅସହାୟ ମାନଙ୍କୁ ସାହାଯ୍ୟ ଓ ସହଯୋଗ କରିପାରିଲେ ପ୍ରକୃତ ରାଷ୍ଟ୍ର ନିର୍ମାଣ ସହ ବ୍ୟକ୍ତିତ୍ୱ ନିର୍ମାଣ ସମ୍ଭବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜି ଆମ ରାଜ୍ୟ ଓ ଦେଶର ସୀମା ସଙ୍କଟରେ । ତେଣୁ ସମସ୍ତେ ଏ ବିଷୟ ପ୍ରତି ଗଭୀର ଭାବେ ଚିନ୍ତନ କରି ସେହି ଦିଗରେ କାର୍ଯ୍ୟ କରିବାକୁ ଅତିଥିମାନେ କହିଥିଲେ । ଫାଉଣ୍ଡେସନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ବିଶିଷ୍ଟ ପରିବେଶବିତ ତଥା ସମାଜସେବୀ ପ୍ରଦୀପ କୁମାର ବାରିକ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମୁଖ ବ୍ୟକ୍ତିତ୍ୱ ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କ ମଧ୍ୟରେ କରୋନା ଶ୍ରେଷ୍ଠ ଆଲେଖ୍ୟ ସମ୍ମାନ ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତି, ଉପନ୍ୟାସ ପେଟ ପାଇଁ ଜୟଶ୍ରୀ ଦାସ, ଅଟଳ ବିହାରୀ ସ୍ମୃତି ସମ୍ମାନ କବି ସଞ୍ଜୟ କୁମାର ଚୌଧୁରୀ, ସ୍ୱାସ୍ଥ୍ୟ ସେବା ପାଇଁ କରୋନା ଯୋଦ୍ଧା ସମ୍ମାନ ସୁରେନ୍ଦ୍ର କୁମାର ସାହୁ, ପୂଜ୍ୟପୂଜା ଓ ସାମ୍ବାଦିକତା ପାଇଁ ମନୋରଞ୍ଜନ ମହାନ୍ତି, ସାହିତ୍ୟିକା ସୁଧା ପଟ୍ଟନାୟକ, ମନିଷା ରାୟ, ଯୁବ ସମାଜସେବୀ ମୁକେଶ ଖଟୁଆ, ବରିଷ୍ଠ ସ୍ତମ୍ଭକାର, କବି ବେଣୁଧର ସୂତାରଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ସହଯୋଗ କରିିଥିଲେ ଶଶିକଳା, ହୃଦୟାନନ୍ଦ ଜେନା, ରାଜା, ଲିଙ୍ଗରାଜ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ