ମହିମା ସେବା ଫାଉଣ୍ଡେସନର ପଞ୍ଚମ ସ୍ୱନକ୍ଷତ୍ର ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ଖଣ୍ଡଗିରିସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ଫାଉଣ୍ଡେସନର ପଞ୍ଚମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ସମାଜସେବୀ ନାରାୟଣ ଖୁଣ୍ଟିଆଙ୍କ ସଭାପତିତ୍ୱ ଏବଂ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ସାରସ୍ୱତ ପ୍ରତିଭାଧାରୀ ଅଭିମନ୍ୟୁ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍, ସମାଜସେବୀକା ସୁକାନ୍ତି ପଣ୍ଡା, ସାଧୁ ଚରଣ ବେହେରା, ମୁଖ୍ୟବକ୍ତା ଭାବେ ପଦ୍ମଚରଣ ବେହେରା ପ୍ରମୁଖ ଯୋଗଦେଇ ଅସହାୟ ବ୍ୟକ୍ତିବିଶେଷଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିବା ସହ ଅସହାୟମାନଙ୍କ ସେବା ମାଧବଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିଥିଲେ । ମହିମା ସାଧୁମାନେ ଶୂନ୍ୟପ୍ରଭୁ ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ସାରସ୍ୱତ ସାଧିକା ସମାଜସେବୀ ରୂପଶ୍ରୀ ସାହୁଙ୍କୁ ମହିମା ସେବା ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାମ୍ବାଦିକା ରୀନା ମହାନ୍ତି, ପ୍ରିୟବ୍ରତ ପ୍ରମୁଖ ପରିଚାଳନା କରିଥିଲେ ।