ମହିଳାଙ୍କୁ ବ୍ଲାଉଜ ପିନ୍ଧିବା ମନା

ଭାରତର ଅନେକ ଅଞ୍ଚଳରେ ସାମାଜିକ ଚଳଣୀ ଅତି କଠୋର ହୋଇଥିବା ଦେଖିବାକୁ ମିଳିଥାଏ । ଚଳଣି ବିରୋଧରେ କୌଣସି କାର୍ଯ୍ୟ କରାଗଲେ ସମାଜରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାସନ୍ଦ କରାଯିବା ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯାଇଥାଏ । ଛତିଶଗଡର ଜନଜାତି ଅଞ୍ଚଳରେ ମହିଳାଙ୍କୁ ବ୍ଲାଉଜ ପିନ୍ଧିବା ମନା ହୋଇଥାଏ । ବିନା ବ୍ଲାଉଜରେ ଏଠାରେ ଶାଢ଼ି ପିନ୍ଧିବାକୁ ଗାତିମାର ଷ୍ଟାଇଲ କୁହାଯାଇଥାଏ । ବ୍ଲାଉଜ ପିନ୍ଧିଲେ ଏଠାରେ ମହିଳାଙ୍କ ପ୍ରତି କଠୋର ଦଣ୍ଡବିଧାନ ହୋଇଥାଏ । କେହି କେହି କୁହନ୍ତି ବିନା ବ୍ଲାଉଜରେ ଶାଢ଼ି ପିନ୍ଧିବା ସହଜ ଏବଂ ଏଥିପାଇଁ କମ୍ ସମୟ ମଧ୍ୟ ଲାଗିଥାଏ । ଅନ୍ୟପକ୍ଷରେ ଜଙ୍ଗଲରେ ପ୍ରବଳ ଗରମ ହେଉଥିବାରୁ ବ୍ଲାଉଜ ପିନ୍ଧିବା କଷ୍ଟଦାୟକ ହୁଏ । ଏଠାକାର ଜନଜାତି ମହିଳା ଚାଷକାମ ସହିତ ଘର କାମ ମଧ୍ୟ କରିଥାନ୍ତି । ତେଣୁ ସହଜରେ ସମସ୍ତ କାମ କରିବା ପାଇଁ ମହିଳାମାନେ କେବଳ ଶାଢ଼ି ପିନ୍ଧୁଛନ୍ତି ବୋଲି ଅନେକ କହିଥାନ୍ତି । ଏହି ସାମାଜିକ ଚଳଣି ଏଠାରେ ପ୍ରାୟ ଏକ ହଜାର ବର୍ଷରୁ ଅଧିକ ବର୍ଷ ଧରି ଚଳିଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ