ମହିଳାଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ, ପୂର୍ବତନ ଜିଲା ପରିଷଦ ସଭ୍ୟଙ୍କ ସହ ୨ କୋର୍ଟ ଚାଲାଣ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ): ତିର୍ତ୍ତୋଲ ଥାନା ଅଧିନ କୃଷ୍ଣାନନ୍ଦପୁର ଫାଣ୍ଡିରେ ହୋଇଥିବା ଏକ ଅଭିଯୋଗକୁ ନେଇ ପୂର୍ବତନ ସରପଞ୍ଚ ତଥା ତିର୍ତ୍ତୋଲ ୧ ନଂ ଜୋନର ପୂର୍ବତନ ଜିଲାପରିଷଦ ସଭ୍ୟ କ୍ଷିରୋଦ ବାରିକଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ତାଙ୍କ ସହ ଏହି ଘଟଣାର ଅନ୍ୟ ଅଭିଯୁକ୍ତ ଅରକ୍ଷିତ ଦାସ ମଧ କୋର୍ଟ ଚାଲାଣ ହୋଇଛନ୍ତି । ଅଭିଯୋଗରୁ ଜଣାଯାଏ ପୂର୍ବଶତୃତାକୁ କେନ୍ଦ୍ରକରି ଦାଇଁଲୋ ପଞ୍ଚାୟତ ପୋଷଲ ଗ୍ରାମର ସବିତା ସାହୁ ନାମ୍ନୀ ମହିଳାଙ୍କୁ ପୂର୍ବତନ ଜିଲାପରିଷଦଙ୍କ ସମେତ ୧୯ ଜଣ ପୂର୍ବଶତୃତାକୁ  କେନ୍ଦ୍ରକରି ଆକ୍ରମଣ କରିଥିଲେ । ଏହି ଘଟଣାରେ ତାଙ୍କ ପୁଅ ଦିପକ ସାହୁ ଫାଣ୍ଡିରେ ଅଭିଯୋଗ କରିଥିଲେ । ଏ ନେଇ ପୋଲିସ ୪୧୩/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ