ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଝାଡପୋଖରୀ ଗ୍ରାମ ନିକଟସ୍ଥ ଦଣ୍ଡାହୁଡି କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ ମୃତକ ମହିଳା ଜଣଙ୍କ ଝାଡପୋଖରୀ ଗ୍ରାମର ପିତ ବେହେରାଙ୍କ ବିବାହିତା ସାନ ଝିଅ ମଙ୍ଗୁଳୀ ବେହେରା(୨୩) ବୋଲି ଜଣାପଡ଼ିଛି । ମଙ୍ଗୁଳୀଙ୍କ ଆଜକୁ ୫ବର୍ଷ ପୂର୍ବେ ଢେଙ୍କିକୋଟ ନିକଟସ୍ଥ କଟରାବେଡା ଗ୍ରାମ ଦହିବାହାଳି ସାହିର √ ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ସୁରେନ୍ଦ୍ର ବେହେରାଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପ୍ରେମ ସମ୍ପର୍କର କିଛି ଦିନ ପରେ ଉଭୟ ପରିବାରର ଲୋକମାନେ ଜାଣିବାକୁ ପାଇଥିଲେ । ଦୁହିଁଙ୍କ ବିବାହରେ କୌଣସି ବାଧା ସୃଷ୍ଟିକୁ ନେଇ ମଙ୍ଗୁଳୀ ଆଇନର ଆଶ୍ରୟ ନେବା ପରେ ଦୁହିଁଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଫାଟ ସୃଷ୍ଟି ହୋଇଥିଲା । ଫଳରେ ମଙ୍ଗୁଳୀ ଶଶୁର ଘର ଓ ସ୍ବାମୀଙ୍କୁ ଛାଡି ବାପଘରେ ରହୁଥିଲେ । ଏହି ଘଟଣାକୁ ନେଇ ମଙ୍ଗୁଳୀ ମଧ୍ୟ କୋର୍ଟର ଦ୍ବାରସ୍ଥ ହୋଇଥିବାର ପରିବାର ପକ୍ଷରୁ ଜଣାପଡିଛି । ବିବାହର ୧ବର୍ଷ ପରେ ମଙ୍ଗୁଳୀ ଗର୍ଭବତୀ ଅବସ୍ଥାରେ ତେଲକୋଇ ବେଣାମୁଣ୍ଡା ଗ୍ରାମର ବଡ ଭଉଣୀଙ୍କ ଘରେ ରହି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସେଠାରେ କିଛି ଦିନ ରହିବା ପରେ ଝାଡପୋଖରୀ ବାପ ଘରକୁ ଚାଲି ଆସିଥିଲେ । ବାପ ଘରେ ଦୀର୍ଘ ଦିନ ଧରି ବେଶ ଖୁସି ଆରାମରେ ରହିଆସୁଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଆଜକୁ ତିନି ଦିନ ହେବ ମଙ୍ଗୁଳୀ ନିଜ ପରିବାର ଲୋକମାନଙ୍କ ଠାରୁ ଲୁଚି ସୁରେନ୍ଦ୍ରଙ୍କ ସହ ଫୋନ୍ ଯୋଗେ କଥା ହେଉଥିଲେ । ଏଥିସହ ଗତ ଗୁରୁବାର ଦିନ ମଙ୍ଗୁଳୀ ପରିବାର ଲୋକଙ୍କୁ ହରିଚନ୍ଦନପୁର ବ୍ୟାଙ୍କକୁ ଯାଉଛି କହି ଆସିଥିଲେ ଓ ସଂନ୍ଧ୍ୟା ୭ ଘଟିକା ସମୟରେ ଏକ କଳା ରଙ୍ଗର ପଲସର ଯୋଗେ ଜଣେ ଯୁବକ ତାଙ୍କୁ ଘର ନିକଟରେ ଛାଡି ଯାଇଥିଲେ । ଛାଡିବା ପରେ ରାତିରେ ଫୋନ୍ ଯୋଗେ କାହା ସହିତ କଥା ହୋଇଥିଲେ । ପରିବାରର ଲୋକମାନେ ରାତି ଖାଇ ସାରି ଶୋଇବା ପରେ ମଙ୍ଗୁଳୀ ବିଳମ୍ବିତ ରାତିରେ କୁଆଡ଼େ ଚାଲିଯାଇଥିଲେ । ଗ୍ରାମର ଲୋକମାନେ ଆଜି ସକାଳେ ଉକ୍ତ କାଜୁ ଜଙ୍ଗଲର ଏକ କାଜୁ ଗଛ ଡାଳରେ ପିନ୍ଧା ସାଢୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ପରିବାର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମଙ୍ଗୁଳୀଙ୍କ ମୃତଦେହ ଦେଖିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାସ୍ଥଳରେ ପଡିଥିବା ଭାତ ତରକାରୀ ପଲିଥିନ୍, ଏକ ତାଟିଆ ଓ ମହିଳାଙ୍କ ଅଙ୍ଗ ବସ୍ତ୍ରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ