ମହିଳାଙ୍କ ଠାରୁ ୩୦ ହଜାର ଲୁଟିନେଲେ ଦୁବୁର୍ତ୍ତ
ବୁଗୁଡା (ଯୁଗାବ୍ଦ ନ୍ୟୁଜ) : ବୁଗୁଡା ଥାନା ଅନ୍ତର୍ଗତ ଗୋଳାବନ୍ଧ ଓ ତିଲିଖମା ରାସ୍ତାରେ ଜଣେ ମହିଳାଙ୍କୁ ଆକ୍ରମଣ କରି ୩୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଦୁର୍ବୁତ୍ତଙ୍କ ଆକ୍ରମଣରେ ମହିଳା ଜଣକ ଆହାତ ହୋଇଛନ୍ତି ଆହାତ ମହିଳାଙ୍କ ପରିଚୟ ଉର୍ମିଳା ସାହୁ ବୋଲି ସୂଚନା ମିଳିଛି ।ଆହାତ ମହିଳା ଜଣଙ୍କୁ ବୁଗୁଡା ମେଡିକାଲରେ ଭର୍ତ୍ତିକରାଯାଇଛି । ଖବର ଅନୁଯାୟୀ ମହିଳା ଜଣକ ଘରୋଇ କମ୍ପାନୀ ଭାରତ ଫାଇନାନ୍ସରେ କାମ କରୁଛନ୍ତି । ସେ ୩୦ ଲକ୍ଷ ଟଙ୍କା ଧରି ଯାଉଥିବା ସମୟରେ ଗୋଳାବନ୍ଧ ଓ ତିଲିଖମା ରାସ୍ତାରେ ଦୁର୍ବୁତ୍ତଙ୍କ ଆକ୍ରମଣ ର ଶୀକାର ହୋଇଥିଲେ । ଖବର ପାଇ ବୁଗୂୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


