ମହିଳାଙ୍କ ମଦ ବନ୍ଦ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ବେଆଇନ ତଥା ଚୋରାମଦ କାରବାର ନେଇ ଗଜପତି ଜିଲ୍ଲାର ମୋହନା ବ୍ଲକର ବେତାରସିଂ ଗ୍ରାମର ମହିଳାମାନେ ଅତିଷ୍ଠ ହୋଇ ପଡିଛନ୍ତି । ମଦ ବନ୍ଦ ପାଇଁ ଶତାଧିକ ମହିଳାମାନେ ଏକତ୍ରୀତ ହୋଇ ଆନ୍ଦୋନ ଆରମ୍ଭ କରିଛନ୍ତି । ଗତକାଲି ଏହି ମହିଳାମାନେ ଏକ ବିରାଟ ଶୋଭାଯାତ୍ରାରେ ବେତାରସିଂ ଗ୍ରାମରୁ ବାହାରି ମୋହନା ପୋଲିସ ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଦ ବନ୍ଦ ପାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ଗତ ବହୁ ଦିନ ହେଲା ବେତାରସିଂ ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦର କାରବାର ଓ ବିକ୍ରୀ ବିଶେଷ ଭାବେ ବଢିଚାଲିଛି ବୋଲି ସେହି ଗ୍ରାମର ଲକ୍ଷ୍ମୀ ସାହୁ,କୁମୁଦିନୀ ବେହେରା,ପ୍ରମିଳା ଦଳେଇ,ଟୁକୁ ଦଳାଇ,ରଂଜିତା ବିଶୋଇ,ଭାଗ୍ୟଶ୍ରୀ ଦଳାଇ ପ୍ରମୁକ ମହିଳା ପ୍ରକାଶ କରି କହିଛନ୍ତି,ମଦ କାରବାର ବୃଦ୍ଧି ଯୋଗୁଁ ଶାନ୍ତିଶୃଙ୍ଖଳା ଭଙ୍ଗ ହେବା ସହ ମଦୁଆଙ୍କ ପ୍ରାଦୁର୍ଭାବ ବଢିଯିବା ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ଭୟ କରୁଥିବା ବେଳେ ସନ୍ଧ୍ୟା ହେଲେ ମହିଲାମାନେ ତାଟି କବାଟ ବନ୍ଦ କରି ଘରେ ଭୟରେ ରହିବା ପାଇଁ ବାଧ୍ୟ ହେଉଛୁ । ଏହି ମଦ କାରବାରରେ ୩ଜଣ ସଂପୃକ୍ତ ବ୍ୟବସାୟୀଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ସହ ମଦ କାରବାର ବନ୍ଦ ପାଇଁ ମହିଳାମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ