ମହିଳା ଙ୍କ ଭିକ୍ଷେଭ ପ୍ରଦର୍ଶନ
ଜୟପୁର,(ଓ୍ବାଇଏନ୍ଏସ୍): ଜୟପୁର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ର ମୁଖ୍ୟ ଟ୍ରାଫିକ ଛକ୍ ସମ୍ମୁଖରେ ଉତ୍କଳ ମହିଳା ସମିତି କୋରାପୁଟ ଜିଲ୍ଲା ପରିଷଦ ତରଫରୁ ଭିକ୍ଷେଭ ପ୍ରଦର୍ଶନ କରାଯାଇଛି । ଜୀବନ ଜୀବିକା ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ସବ ଭାରତୀୟ ମହିଳା ସଂଘଠନ୍ ମାନଙ୍କର ଆହ୍ୱାନରେ ଏଠାରେ ଭିକ୍ଷେଭ ପ୍ରଦର୍ଶନ କରାଯାଇଥିଲା । ମହିଳା ଓ ପୁରୁଷ ମାନେ ହାତରେ ଫ୍ଲଗ୍ କାର୍ଡ ଧରି ଭିକ୍ଷେଭ ପ୍ରଦର୍ଶନ ରେ ସାମିଲ ହୋଇଥିଲେ । କୋରନା ଲକଡାଉନ୍ ହେତୁ ଜନସାଧାରଣ ଙ୍କ ଆର୍ଥିକ ଅନାଟନ ହେତୁ ଖାଦ୍ୟ ସୁରକ୍ଷା ପାଇଁ ମାସିକ ମୁଣ୍ଡ ପିଛା ୧୫ କେଜି ଚାଉଳ, ଗହମ ଯୋଗାଇବା ଦାବି ସହ ସରକାର ଙ୍କ ଅଚାନକ ଲକଡାଉନ୍ ଯୋଗୁଁ କର୍ମ ସଂସ୍ଥା ହରାଇ ଦୁଃଚିନ୍ତା ଭିତରେ ଘରକୁ ଫେରିବା ବାଟରେ ମୃତ୍ୟ ବରଣ କରିଥିବା ଶ୍ରମିକ ପରିବାର ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୁରଣ, ଆୟକର ବାହାରେ ଥିବା ପ୍ରତ୍ୟେକ ନାଗରିକଙ୍କୁ ମାସିକ ୭୫୦୦ ଓ ନାବାଳକ ମାନଙ୍କୁ ୫୦୦୦ ଟଙ୍କା କୋରନା କଟକଣା ଥିବା ଯାଏଁ ମାସିକ ପ୍ରଦାନ କରିବା ଆଦି ଦାବି ରଖି ଦେଶ ବ୍ୟାପି ଦାବି ଦିବସ ପାଳନ କରାଯାଉଛି।