ମହିଳା ମହାସଂଘ ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମହିଳା ମହାସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିଳା ମହାସଂଘ ସମ୍ପାଦିକା ମନ୍ଦାକିନୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସଭାନେତ୍ରୀ ଅର୍ଣ୍ଣପୂର୍ଣ୍ଣା ପଣ୍ଡା, ମିଶନଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ସୁବ୍ରତ କୁମାର ପଣ୍ଡା, ସହାୟିକା ସୁଜାତା ପଣ୍ଡା,ବସନ୍ତ ମଞ୍ଜରୀ ପଣ୍ଡା ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳ ଏସଏଚଜି ଗୋଷ୍ଠୀ କାର୍ଯ୍ୟକାରିତା ସମ୍ପର୍କରେ ମତଦେଇଥିଲେ । ଏହାଛଡା ଉପସ୍ଥିତ ଥିବା ପ୍ରାୟ ୨୦ରୁ ଅଧିକ ଏସଏଚଜି ସଦସ୍ୟାଙ୍କ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସେମାନଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ଦିଗରେ ବ୍ଲକ ସ୍ତରୀୟ ବାବା ଶନିଶ୍ଚର ମହିଳା ମହାସଂଘ କାର୍ଯ୍ୟ କରିବାକୁ ପ୍ରତିଶୃତି ବଦ୍ଧ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଦକ୍ଷିଣବାଡ ପଞ୍ଚାୟତର ଦୁଇଗୋଟି, ନଗୁଆଁର ଗୋଟିଏ, ଜଳମଣ୍ଡୁଆର ଗୋଟିଏ ଓ ରହଣିଆ ପଞ୍ଚାୟତର ଗୋଟିଏ ଏସଏଚଜିକୁ ଋଣ ଆକାରରେ ୫୦ହଜାର ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା । ବୈଠକ ଶେଷରେ ଭୁବନେଶ୍ୱରରୁ ଆସିଥିବା ଭିଡିଓ ଗ୍ରାଫରମାନେ ଏସଏଚଜି ମହିଳାମାନଙ୍କ ମତାମତ ସଂଗ୍ରହ କରିଥିଲେ । ମିଶନ ଶକ୍ତି ଜରିଆରେ କେଉଁକେଉଁ ଗ୍ରୁପ କିଭଳି କାର୍ଯ୍ୟ କରୁଛି ସେନେଇ ମହିଳାମାନଙ୍କ ଠାରୁ ଭିଡିଓ ରେକଡିଂ ନିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ