ମହିଳା ମୋର୍ଚ୍ଚା ପକ୍ଷରୁ ରେମୁଣାର ବିଭିନ୍ନ ସ୍ଥାନରେ ମୋଦୀ ଜୀଙ୍କୁ ଧନ୍ୟବାଦ ଅର୍ପଣ
ରେମୁଣା, (ସରୋଜ ପଣ୍ଡା):ସୋମବାର ଦିନ ରେମୁଣାର ବିଭିନ୍ନ ସ୍ଥାନରେ ମହିଳା ମୋର୍ଚ୍ଚା ପକ୍ଷରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ୍ ଦିଆଯାଇଥିଲା। ମଣିନାଗେଶ୍ଵର ମଣ୍ଡଳର ବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚ ଆରତୀ ଶତପଥୀ ଏବଂ କ୍ଷୀରଚୋରା ମଣ୍ଡଳର ମଣ୍ଡଳ ସଭାନେତ୍ରୀ ଅର୍ଚ୍ଚନା ରାଉତଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।୩୩% ମହିଳା ସଂରକ୍ଷଣ ବିଲ ଉଭୟ ଗୃହରେ ପାରିତ ପାଇଁ ମହିଳା ମୋର୍ଚ୍ଚା ଭଉଣୀ ମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା।ଏହା ପରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତରେ ଭଉଣୀ ମାନେ ମଣିନାଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରା ମହାପାତ୍ର,ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ସାକମ୍ବରି ସିଂ,ନିର୍ବାଚନ ମଣ୍ଡଳୀ ବିସ୍ତାରକ ବିଭୂତି ଭୂଷଣ ଚୌଧୁରୀ,ମଣ୍ଡଳ ସଭାପତି ଭୋଳାନାଥ ପାତ୍ର,ସମିତି ସଭ୍ୟା ଉମି ସୋରେନ,ହରିପ୍ରିୟା ମହାକୁଡ,କାର୍ତ୍ତିକ ଦାସ,କବିତା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।