ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କରି ଫାର୍ମାସିଷ୍ଟ ଅଟକ
ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲ୍ଲା ର ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦୁର୍ବ୍ୟବହାର କରି ଫାର୍ମାସିଷ୍ଟ ଗରିଫ ହୋଇଛନ୍ତି । ଘଟଣା ଟି ଘଟିଛି କ. ନୂଆଗାଁ ବ୍ଲକ ଅନ୍ତର୍ଗତ କେଲେମହା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ । ସ୍ବାସ୍ଥ୍ୟ କେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ଜୈନିକ ମହିଳାଙ୍କୁ ଫର୍ମସିଷ୍ଟ୍ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ଅଶ୍ଳୀଳ ଭାଷା କହିବା, ଖରାପ ବ୍ୟବହାର ଦେଖାଇବା, ଜାତିଆଣ ମନ୍ତବ୍ୟ ଦେବା ସହ ଗାଳିଗୁଲଜ କରୁଥିବା ନେଇ ସାରଙ୍ଗଡ ଥାନା ରେ ଅଭିଯୋଗ କରିଥିଲେ । ଏ ନେଇ ସାରଙ୍ଗଡ ଥାନା ଅଧିକାରୀ ଅନିତା କିଡୋ ଘଟଣା ର ତଦନ୍ତ କରିବା ସହ କେସ ନ ୩୭/୨୦ ରେ ମାମଲା ରୁଜୁ କରିବା ସହ ଧାରା ୨୯୪,୪୨୭,୫୦୬ ରେ ଗିରଫ କରି ଫାର୍ମାସିଷ୍ଟ ପ୍ରଭାତ ଚନ୍ଦ୍ର ଦାସଙ୍କୁ ଆସନ୍ତା କଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛ। ପୂର୍ବରୁ ଏପରି ଆଚରଣ କୁ ନେଇ ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ଜଣାଇବା ପରେ ଫାର୍ମାସିଷ୍ଟ ଜଣକ ପୁଣି ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ । ଫଳ ରେ ନିଜକୁ ଅସୁରକ୍ଷିତ ମନେ କରି ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ବାଧ୍ୟ ହୋଇ ଥାନା ରେ ଜଣାଇ ଥିବା ନିଜ ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି ।