ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଦିନିକିଆ ତାଲିମ ଶିବିର

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ବୁଧବାର ଦିନ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ସହକାରୀ ଉଦ୍ୟାନ ଓ କୃଷି ନିର୍ଦ୍ଦେଶକ, ରାଇରଙ୍ଗପୁର ଦ୍ବାରା ମିଶନ ଶକ୍ତି ଆନୁକୁଲ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କର ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରଦୀପ ପ୍ରଜ୍ୱଳନ କରି କାର‌୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ ।ଚାଷୀ ହସିଲେ ଦେଶ ହସିବ । ମହିଳା ହସିଲେ ଗୃହ ହସିବ । ସାଂପ୍ରତିକ ପରିସ୍ଥିତିରେ ମହିଳା ମାନେ ଚାଷ କ୍ଷେତକୁ ଓହ୍ଲାଇ ସ୍ୱାବଲମ୍ବୀ ହେବା ଏକ ଶୁଭ ଲକ୍ଷଣ ଦେଖାଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷ କ୍ଷେତ୍ରରେ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି।କମ ସୁଧରେ ରୁଣ, କୀଟନାଶକ ଔଷଧ,ସାର, ବୈଷୟିକ ଜ୍ଞାନ କୌଶଳ ପ୍ରଦାନ, ମଞ୍ଜି ଟିପ୍ସ,ସାର,ସବୁ ଯୋଗାଇ ଦେଉଛନ୍ତି ।ଏହାର ଭରପୁର ଫାଇଦା ମହିଳା କୃଷି ମାନେ ନେବା ଉଚିତ । ମହିଳା ଙ୍କ ପାଇଁ ବିକ୍ରି ବଜାର ମଣ୍ଡି ମଧ୍ୟ ବ୍ୟବସ୍ଥା କରାଯାଉଛି । ମହିଳା ମାନେ ନିଜ ପାଇଁ ପରିବା ଚାଷ କରିଵା ସହ ଗୋଷ୍ଠୀ ମାଧ୍ୟମରେ ବ୍ୟବସାୟ କରଣ ଚାଷ କରି ନିଜ ନିଜର ଆର୍ଥିକ ମାନଦଣ୍ଡ ବଢ଼ାଇବା ଉଚିତ ବୋଲି ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ମାନସିଂ ସୋରେନ୍ କର୍ମଶାଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସତ୍ୟନାରାୟଣ ଦାସ-ସହକାରୀ କୃଷି ଅଧିକାରୀ ,କୁସୁମି, ତ୍ରିଲୋଚନ ରାୟ-ବିଷୟବସ୍ତୁ ବିଶେଷଜ୍ଞ ଜୀବିକା ମିଶନ,ବନ ବିଭାଗ, ଇତିଶ୍ରୀ ପ୍ରୀୟଦର୍ଶୀନୀସହକାରୀ ଉଦ୍ୟାନ ବିଭାଗ, ରାଇରଙ୍ଗପୁର, ବିଷ୍ଣୁ ପ୍ରିୟା ବେହେରା, ସହକାରୀ ଉଦ୍ୟାନ ଅଧିକାରୀ,ତିରିଂ,ସୋନାଲି ସାହୁ-ସହକାରୀ ଉଦ୍ୟାନ ଅଧିକାରୀ ,କୁସୁମିତ, ଶୁଭ୍ରାଂଶୁ ନାୟକ ସଂଯୋଜକ ଜୀବିକା ମିଶନ ବନ ବିଭାଗ, ଶିବାନୀ ମହାନ୍ତ-ସଂଯୋଜକ ପ୍ରଶିକ୍ଷଣ ବନ ବିଭାଗ ପ୍ରମୁଖ ମହିଳା ଚାଷୀ ମାନଙ୍କୁ ‌ପରିବା,ଫୁଲ ଚାଷ କରି କିଭଳି ଆର୍ଥିକ ସୁଦୃଢ ହୋଇପାରିବ ଏବଂ ତାଲିମ ପ୍ରଦାନ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ସଫଳଚାଷୀ ମଣଦା ଅଂଚଳର ସର୍ବେଶ୍ଵର ବେହେରା କିଭଳି ସଫଳ ଚାଷୀ ହୋଇଥିଲେ ତାଙ୍କ ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିଥିଲେ ।ତାଲିମ ଏବଂ ମାଗଣା ପରିବା ଟିକସ ପାଇଁ ମହିଳା ଚାଷୀ ଖୁସି ହୋଇ ଘରକୁ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ