ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଗାମୀ ଦିନରେ ଗୋଟିଏ ଦାୟିତ୍ୱସମ୍ପନ୍ନ ଦେଶ ଭାବରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତନର ରାସ୍ତା ନିଜ ଉପାୟରେ ବାହାର କରିବ ବୋଲି ବୁଧବାର ନୂଆଦିଲ୍ଲୀଠାରେ ଆୟୋଜିତ ଏନରିଚ୍ ୨୦୧୯- କେପିଏମଜି ଭାରତର ବାର୍ଷିକ ଉର୍ଜା ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସ୍ଥାୟୀ ଭାବରେ ଉର୍ଜାର ବିକାଶ କରିବା ଭାରତ ସରକାରଙ୍କ ପ୍ରାଥମିକତା । ଭାରତ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତି ହାସଲ କରିବାର ଲକ୍ଷ୍ୟ ରଖିଥିବା ବେଳେ ସଂପ୍ରତି ଦେଶରେ ବ୍ୟବସାୟିକ କାରବାର ଏବଂ ଲୋକଙ୍କ ଜୀବନଶୈଳୀକୁ ପରିବର୍ତନ କରିବା ଉପରେ ଅଧିକ ଯୋର୍ ଦିଆଯାଉଛି । ଦେଶର ଭିତିଭିମିରେ ଅଧିକରୁ ଅଧିକ ପୁଞ୍ଜିନିବେଶ, ଡିଜିଟାଲ୍ ଅର୍ଥନୀତି ଏବଂ ଛୋଟ ଓ ମଧ୍ୟମ ବ୍ୟବସାୟରେ ନିଯୁକ୍ତି ସୃଷ୍ଟି ଦ୍ୱାରା ଭାରତର ଗତିଶୀଳ ଅର୍ଥନୀତି ଆଗକୁ ବଢିପାରିବ । ଭାରତ ସରକାର ବ୍ୟବସାୟ କାରବାରରେ ଅନୁକୂଳଯୁକ୍ତ ପରିବେଶ ନିମନ୍ତେ ଗତ ୫ ବର୍ଷରେ ଅନେକ ଗୁଡିଏ ସଂସ୍କାରରେ ସୁଧାର ଆଣିଥିବାବେଳେ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ ମୋଦି ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବାପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି । ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତିଭୂମି ଯଥା ଗ୍ୟାସ୍ ପାଇପ୍ ଲାଇନ୍ , ଟର୍ମିନାଲ, ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର‌୍ୟ୍ୟ କ୍ରିୟାନ୍ୱୟନ ଚାଲିଛି । ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବାପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ