ଦହି ସହ ଚିନି ଖାଇବାର ଉପାଦେୟତା

ପରମ୍ପରା ଓ ରୀତିନୀତି ଆମ ଜୀବନରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଏହା ଉପରେ ଆମର ଅତୁଟ ବିଶ୍ୱାସ ରହିଥାଏ । ଯାହା ଦ୍ୱାରା ଆମେମାନେ ସେହି ରୀତିନୀତିକୁ ପାଳନ କରିଥାଉ । ଏପରି ଏକ ପରମ୍ପରା ରହିଛି ଯେ କୌଣସି ଏକ ଶୁଭକାମରେ ଯିବା ପୂର୍ବରୁ ଦହି ଓ ଚିନି ଖିଆଯାଇଥାଏ । ଯେପରି କୌଣସି ପରୀକ୍ଷା ଦେବାକୁ ଯିବା ପୂର୍ବରୁ ବା କୌଣସି ଶୁଭ କାମକୁ ଯିବା ପୂର୍ବରୁ ଦହି ଓ ଚିନି ଖାଇଲେ ଭଲ ଫଳ ମିଳିଥାଏ । ତେବେ ବିଜ୍ଞାନ ଅନୁସାରେ ମନୁଷ୍ୟ କୌଣସି ଏକ ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଥିଲେ, ତା’ପାଇଁ ଦିନସାରା ଶାରୀରିକ ଓ ମାନସିକ ଶକ୍ତିର ଆବଶ୍ୟକତା ପଡ଼ିଥାଏ । ଏପରିସ୍ଥଳେ ଗୋଟିଏ କପ୍ ଦହି ଓ ଚିନି ଶରୀରର ଶକ୍ତିକୁ ବଢ଼ାଇଥାଏ । ଦହି ଓ ଚିନି ଶରୀରକୁ ସତେଜ ରଖିଥାଏ । ଦହିରେ ପ୍ରୋଟିନ୍ ଅଧିକ ମାତ୍ରାରେ ରହିଥାଏ । ଏହା ସହିତ ଦହିରେ କ୍ୟାଲସିୟମ, ରିବୋଫ୍ଲାବିନ୍‌, ଭିଟାମିନ ବି-୬ ଏବଂ ଭିଟାମିନ ବି-୧୨ ଆଦି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶାରୀରିକ ଶକ୍ତି ବଢ଼ାଇଥାଏ । ଦହି ଚିନି ମିଶ୍ରଣ ଶରୀରକୁ ଗ୍ଲୁକୋଜ ଦେଇଥାଏ । ଏହାଯୋଗୁ ଶରୀରରେ ଫୁର୍ତ୍ତି ଆସିିଥାଏ । ଏହି କାରଣରୁ କିଛି ଶୁଭ କାମକୁ ଯିବା ପୂର୍ବରୁ ଦହି ଓ ଚିନିକୁ ଖାଇବା ପରମ୍ପରା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ