ମହିଷାମୁଣ୍ଡାରେ ଆମ ଗାଁ ଉତ୍ସବ ଅନୁଷ୍ଠିତ
ନାଉଗାଁ,: ମହିଷାମୁଣ୍ଡା ଗ୍ରାମର ମହାବୀର ୟୁଥ୍ କ୍ଲବ ଆଣ୍ଡ ଲାଇବ୍ରେରୀ ଆନୁକୁଲ୍ୟରେ ଆମ ଗାଁ ଉତ୍ସବ – ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଗୋଠଦା ମଠର ମଠାଧିଶ ମହନ୍ତ ମହାରାଜ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ ଉଦଘାଟନ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ବିଚିତ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ସୁକାନ୍ତ କୁମାର ଲେଙ୍କା, ସମ୍ମାନୀତ ଅତିଥି ଭାବେ ନିରଂଜନ ମହାନ୍ତି, ବାବା ଅରକ୍ଷିତ ଦାସ, ହିମାଂଶୁ କୁମାର ମହାନ୍ତି, ଅକ୍ଷୟ କୁମାର ରାଉତ, ସଂଗଠନର ସଭାପତି ଦୀପକ କୁମାର ଦାସ, ଉପସଭାପତି ଚିନ୍ତାମଣି ସ୍ୱାଇଁ ପ୍ରମୂଖ ଯୋଗ ଦେଇଥିଲେ । ଆମ ଗାଁ ଉତ୍ସବ ଆମ ଗାଁର ଐତିହ୍ୟ ପରମ୍ପରା ଆଉ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଂଚାଇବାର ଏକ ସୁନ୍ଦର ପ୍ରୟାସ ବୋଲି ଉପସ୍ଥିତ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଏଥିରେ ଓଡିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ନାଉଗାଁ ପୁଅ କୁମାର ଦିଲ୍ଲୀପଙ୍କୁ ଆମ ଗାଁ ଗୌରବ ସମ୍ମାନ-୨୦୨୦ରେ ସମ୍ମାନୀତ କରାଯାଇଥିଲା । ସଂଗଠନର ସଂପାଦକ ପ୍ରସନ୍ନଜିତ ସାହୁ ମଂଚ ପରିଚାଳନା କରିଥିବା ବେଳେ କାର୍ତିକ ମହାନ୍ତି, ନରେଶ ସ୍ୱାଇଁ,ସତ୍ୟବ୍ରତ ଲେଙ୍କା,ସୁବ୍ରତ ଲେଙ୍କା,ସୁଦାମ ଦାସ,ଗୋପାଳ ସାହାଣୀ,ଆଲୋକ ଦାସ,ଗୌରାଙ୍ଗ ସ୍ୱାଇଁ,ଅମରଜିତ ବାରିକ,ଲିଙ୍କୁ ରାୟ,ରୁଦ୍ର ପ୍ରତାପ ସ୍ୱାଇଁ,ପ୍ରଦୀପ ଲେଙ୍କା,ଅମରେଶ୍ୱର ବାରିକ,ତ୍ରିଲୋଚନ ସାହାଣୀ,ଦିବଜ୍ୟୋତି ସ୍ୱାଇଁ ସହଯୋଗ କରିଥିଲେ । ଶେଷରେ ସଂଗଠନର ସହ ସଂପାଦକ ଚନ୍ଦ୍ରଶେଖର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।