ମହୁଡ଼ା ଗ୍ରାମରେ ୨ ଯୁବକଙ୍କୁ ନିର୍ମମ ହତ୍ୟା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଭୟାବହ ଘଟଣା। ଦୁଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ମୃତ ଶରୀରରେ ନିଆଁ ଲଗାଇ ଦିଆଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଦୁଇ ଜଣଙ୍କ ନାମ ଶିବା ଗୌଡ଼ ଓ ଲିଟୁ ଗୌଡ଼ ବୋଲି ଜଣାପଡ଼ିଛି। ଏ ନେଇ ଭୟଭୀତ ସ୍ଥାନୀୟ ଲୋକେ ଗାଁ ଛାଡ଼ି ପଳାଇଛନ୍ତି। ଯାହାଫଳରେ ଗାଁରେ ଜନଶୂନ୍ଯ ହୋଇଯାଇଛି। ଗାଁ ନିକଟ ବୁଦାରୁ ସେମାନଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହେବା ପରେ ଘଟଣା ସାମ୍ନାକୁ ଆସିଥିଲା।ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଦୁଇ ସାଙ୍ଗ ଟ୍ରାକ୍ଟର ବ୍ୟବସାୟ କରୁଥିଲେ। ସେମାନେ ସେମାନଙ୍କ ଋଣ ଟଙ୍କା ସଂଗ୍ରହ କରିବାକୁ ଯାଇଥିଲେ। ତେବେ କିଛି ଗ୍ରାମବାସୀଙ୍କ ସହ ଦୁଇ ଯୁବକଙ୍କ ଝଗଡ଼ା ହେବାରୁ ସେମାନଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ ସେମାନଙ୍କ ମୋଟରସାଇକେଲରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି ଏବଂ ପରବର୍ତ୍ତୀ ତଦନ୍ତ ପର୍ଯ୍ୟନ୍ତ ଗାଁର ୧୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ବ୍ରହ୍ମପୁର ଏସପି ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୁଇ ମୃତକଙ୍କ ନାମରେ ଦିଗପହଣ୍ଡି ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ