ନିର୍ମାଣ ହେଉନି ନନ୍ଦିପଦା ସ୍କୁଲ ରାସ୍ତା
ହାଟଡିହିି, (ବିକାଶ ବିଶ୍ୱାଳ):ନନ୍ଦିପଦା ହାଟ ଭିତର ଦେଇ ଯାଇଥିବା ହାଇସ୍କୁଲ ରାସ୍ତାଟି ନିର୍ମାଣ ହେଉ ନଥିବାରୁ ଛାତ୍ରଛାତ୍ରୀ ମାନେ କାଦୁଅ ରାସ୍ତାରେ ଯାଇ ବେହାଲ ହୋଇ ପଡିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ରାଜ୍ୟ ରାଜପଥ ଠାରୁ ନନ୍ଦିପଦା ହାଇସ୍କୁଲ ଦେଇ ଏକ ରାସ୍ତା ନେଉଳିଆ ବଣି ସାହି ପର୍ଯ୍ୟନ୍ତ ଯାିଛି । ଏହି ରାସ୍ତା ଉପରେ ନନ୍ଦିପଦା, ନେଉଳିଆବଣି ଓ ବସନ୍ତିଆ ଗ୍ରାମର ଅନେକ ଲୋକ ଚଳପ୍ରଚଳ କରିବା ସହିତ ନନ୍ଦିପଦା ହାଇସ୍କୁଲର ଶହଶହ ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । କିନ୍ତୁ ରାସ୍ତାଟି ଦୀର୍ଘଦିନ ହେବ ମରାମତି ହେଉ ନଥିବାରୁ ଲୋକମାନେ ନାନା ଅସୁବିଧା ଭୋଗ କରୁଥିବାବେଳେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଇ ପାରୁ ନାହାନ୍ତି । ଗତକାଲି ଠାରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଛାତ୍ରଛାତ୍ରୀମାନେ କାଦୁଅରେ ପସି ଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଭ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଏହି ରାସ୍ତା ନିର୍ମାଣ କରିବା ଦିଗେରେ ପଦକ୍ଷେପ ନିଅନ୍ତୁ ବୋଲି ଅଭିଭାବକମାନେ ଦାବି କରିଛନ୍ତି ।


