ମହୁଲପଙ୍ଖାରେ ଚାଲିଛି ବେଆଇନି ପଥର ଖଣି : ତହସିଲ କର୍ତ୍ତୁପକ୍ଷ ନୀରବଦ୍ରଷ୍ଟା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ମହୁଲପଙ୍ଖା ମୌଜାରେ ବେଆଇନ ଭାବେ ମାଙ୍କଡା ପଥର ଖଣି ଚାଲୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ବାଲେଶ୍ୱର ଜିଲ୍ଲାର କିଛି ଖଣି ମାଫିଆ ସ୍ଥାନୀୟ କିଛି ଲୋକଙ୍କୁ ଧରି ମହୁଲପଙ୍ଖାରେ ବେଆଇନ ଭାବେ ମାଙ୍କଡା ପଥର କାଟି ବାହାର ଜିଲ୍ଲାକୁ ଚୋରା ଚାଲାଣ କରୁଛନ୍ତି । ସରକାରଙ୍କ ସମସତ ନୀତି ନିୟମକୁ ଉଲଙ୍ଘନ କରି ଏହି ପଥର ଖଣି ଚାଲୁଥିବାରୁ ଏହା ମହୁଲପଙ୍ଖା ଓ ପଡୋଶୀ ଗାଁ ପାଇଁ ବିପଦ ସୃଷ୍ଟି କରୁଛି । ଦିନରେ ପାୱାରଟିଲର ଗୁଡିକୁ ନିକଟସ୍ଥ ଗଛଲଟା ଭିତରେ ଲୁଚାଇ ରଖାଯାଉଥିବାବେଳେ ସନ୍ଧ୍ୟା ହେଲେ ପଥର କଟା ଆରମ୍ଭ ହୋଇଯାଉଛି । ଏନେଇ ତହସିଲ କର୍ତ୍ତୁପକ୍ଷ ଓ ସୋସୋ ପୁଲିସକୁ ଅବଗତ କରାଯାଇଥିଲେ ମଧ୍ୟ କେହି ଏନେଇ ପଦକ୍ଷେପ ନେଉ ନାହାନ୍ତି । ତେଣୁ କେନ୍ଦୁଝର ଜିଲ୍ଲାପାଳ ଓ ଆନନ୍ଦପୁର ଉପଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।