ମହୁଲପଡା ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ
ବୋଡେ଼ନ,(ଡୁଲେଶ୍ୱର ବାଗ):ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଚଳିତ ବର୍ଷ ପାଇଁ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଅଛି ।ପ୍ରଧାନ ଶିକ୍ଷକ କମଳ ସିଂ ମାଝୀ ଙ୍କ ନେତୃତ୍ୟରେ ପରିଚାଳିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡେନ ରୁଦ୍ରେଶ୍ଵର ମେହେର ବିଶିଷ୍ଟ ଅତିଥି ମହୁଲପଡା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଖେଳ ଶିକ୍ଷକ କୁମ୍ଭ କଟା ,ସିଆରସିସି ମଧୁସୂଦନ ମାଝୀ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ ସହ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ଆବଶ୍ୟକତା ସଂପର୍କରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ଜୁନିଅର ଓ ସବ ଜୁନିଅର ବିଭାଗରେ ଶିକ୍ଷାର୍ଥୀମାନଙ୍କର ବିଭିନ୍ନ ପ୍ରତିଯୋଗିତା ଦୈାଡ, ଲମ୍ବ ଡିଆଁ,ପୁଚି,ରଶିଡିଆଁ,ଗୋଲା ଫିଙ୍ଗା,ମ୍ୟୁଜିକ୍ ଚେୟାର,କବାଡି,ବେଟ୍ ବିନଟନ ଆଦିର ଆୟୋଜନ କରାଯାଇଥିଲା । ପ୍ରଧାନ ଶିକ୍ଷକଙ୍କ ସୂଚନା ଅନୁସାରେ ଏହି କ୍ରୀଡ଼ା ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଆଗାମୀ ବାର୍ଷିକ କ୍ରୀଡା ଉତ୍ସବ ପାଳନ ସଭାରେ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ସେବକ ଡିସମ୍ବର ମେହେର ପରିଚାଳନା କରୁଥିବା ବେଳେ ସେବିକା ଜ୍ୟୋସ୍ନାମୟୀ ଜଗତ,ମୋନାଲିସା ପତୀ, ଶିକ୍ଷକ ଜିତେନ୍ଦ୍ର ହଂସ, ମହାବୀର କ୍ଷୋଷୀ,ବିନୋଦିନୀ କ୍ଷୋଷୀ, ବିରଞ୍ଚି ନାରାୟଣ ସା, ଧର୍ମୁ ହଂସ, ରାଜେନ୍ଦ୍ର ଜଗତ ସହଯୋଗ ପ୍ରଦନା କରିଥିଲେ ।


