ମାଁ ମହୁରୀ କାଳୁଆ ପୀଠରେ ୬୨ ତମ ବାର୍ଷିକ ଯାତ୍ରା

ଓଡି୍ଶାର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ବ୍ରହ୍ମପୁର ଉପକଣ୍ଠସ୍ଥ କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତ ନିକଟରେ ପୁଜା ପାଉଥିବା ମାଁ ମହୁରୀ କାଳୁଆ ଶକ୍ତିପୀଠରେ ରବିବାର ବିଷୁବ ସଂକ୍ରାନ୍ତି ଓ ମାଁ ଙ୍କ ୬୨ ତମ ବାର୍ଷିକ ଯାତ୍ରା ବହୁ ଆଡମ୍ଭରରେ ପାଳିତ ହୋଇଯଇଛି । ରିତିନୀତି ନିୟମ ଅନୁଯାୟୀ ବଢିଭୋରରୁ  ମାଁଙ୍କ ମାର୍ଜଣା ପରେ ନିୟମ ଅନୁଯାୟୀ ମହୁରୀ ରାଜା ଶ୍ରୀ ଅଶୋକ ଜଗଦେବ ଯୋଗ ଦେଇ ପ୍ରଥମେ ମାଁଙ୍କ ଦ୍ୱାରର ତାଲା ଖୋଲି ମାଁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲୋ ମନ୍ଦିର ପରିଚାଳନା କମିଟି ତରଫରୁ ରଜାଙ୍କୁ ବାଜାବାଜଣା ଓ ବିରାଟ ପଟୁଆରରେ ସ୍ୱାଗତ କରିବା ସହ ମନ୍ଦିର ପର‌୍ୟ୍ୟନ୍ତ ନିଆଯାଇଥିଲା ସେଠାରେ ପୁଜାର୍ଚ୍ଚନା ପରେ ନିକଟସ୍ଥ ମା କାଳେଶ୍ୱର ମନ୍ଦିରରେ ପୁଚାର୍ଚ୍ଚନା କରିବା ପରେ ଅନୁରୁପ ଭାବେ ଆଦି ମାଁ କାଳୁୃଆ ଓ କନ୍ଧ କାଳୁଆ ଭାବେ ପରିଚିତ ଠାକୁରାଣୀଙ୍କ ପାଖରେ ପୁଜା କରିଥିଲେ ।ଏହା ପରେ ସାଧାରଣ ଜନତାଙ୍କ ଦର୍ଶନ ନିମନ୍ତେ ଦ୍ୱାର ଖୋଲାଯାଇଥିଲା । ମନ୍ଦିର ପରିଚାଳନା କମିଟି ତରଫରୁ ଶ୍ରଦ୍ଧାକୁଙ୍କ ମନୋରଞ୍ଜନ ନିମନ୍ତେ ସୁଭଦ୍ରା ପରାୟଣ ଓ ଭାରତ ଲୀଳା ସହ ଅନ୍ଧମାନଙ୍କ ଦ୍ୱାରା ଭଜନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମାଁ କାଳୁଆ ପୀଠରେ ସମାଗମ ହୋଇଥିଲେ । ମନ୍ଦିର ପରିଚାଳନା କମିଟି ସହ ମନ୍ଦିର ଡେଭଲପ କମିଟି ,ନିକାଟାଷ୍ଠା ଗ୍ରାମ କମିଟି ,ଶାନ୍ତି ଶୃଙ୍ଖଳା ପାଇଁ ଦିଗପହଣ୍ଡି ପୋଲିସ ତରଫରୁ ସହଯୋଗ କରାଯାଇଥିଲା । ପ୍ରଶାନ୍ତ କୁମାର ଗୈାଡ , ନାରାୟଣ ବିଷୋୟୀ ,କାମେଶ୍ୱର ବିଶ୍ୱାଳ , ପ୍ରଫୁଲ କୁମାର ଗୈାଡ , ଭଗବାନ ନାୟକ , ଜଗନ୍ନାଥ ରାଉତ ,ଆନନ୍ଦ ପଟ୍ଟନାୟକ ,ପିତାମ୍ବର ପାତ୍ର ,ଇଶ୍ୱର ସେଠୀ , ଅମୁଲ୍ୟ ସେଠୀ , ରାଜୀବ ପାତ୍ର , ପ୍ରଫୁଲ କୁମାର  ଗୈାଡ ଙ୍କ ସମେତ ନିକଟସ୍ଥ ଗ୍ରାମବାସୀ ଓ ସ୍କାଉଡଗାଇଡ ଓ ଅନ୍ୟାନ୍ୟ ସେଛାସେବୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ