ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟଘଟଣା,ଦକ୍ଷିଣାଞ୍ଚଳ ଡିଆଇଜି ଙ୍କ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ଗୁଳି ବିନିମୟ ରେ ୩ ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଏସଆଇଡବ୍ଳୁ ଡିଏସପି ଅତୁଲ ଦାସ ଆହତ ହୋଇ ପ୍ରଥମେ ମ.ରାମପୁର ମେଡିକାଲ ପରେ ବଲାଙ୍ଗୀର ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱରର କୁ ଏୟାର ଲିଫ୍ଟିଂ କରାଯାଇ ଚିକିତ୍ସା ପାଇଁ ନିଆଯାଇଥିବା ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଗତ 9 ତାରିଖ ଭୋର ସମୟର ଟାପରାଙ୍ଗ ଜଙ୍ଗଲରେ ଏସ ଆଇ ଡବ୍ଳ ର ଚାରିଜଣିଆ ଟିମ,ଏସଓଜି, ସିଆରପିଏଫ ଯବାନ ମାଓବାଦୀ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନ ଙ୍କ ଗୁଳି ରେ ଘଟଣାସ୍ଥଳରେ ୩ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ମାଓବାଦୀ ଙ୍କ ଗୁଳି ରେ ଏସ ଆଇ ଡବ୍ଳୁ ଡିଏସପି ଅତୁଲ ଦାସ ଆହତ ହୋଇଥିବା ଜଣାପଡିଛିଏବଂ ମୃତ ମାଓବାଦୀମାନଙ୍କ ପରିଚୟ ମିଳିପାରିନାହିଁ। ମୃତ୍ୟୁ ବରଣ କରିଥିବା ତିନିଜଣ ଙ୍କ ଭବାନୀପାଟଣାରେ ଶବ ବ୍ୟବଚ୍ଛେଦ କରାଯାଇ ୭୨ ଘଂଟା ଯାଏଁ ସଂରକ୍ଷିତ ରଖିବା ପରେ ପରିଚୟ ନ ମିଳିଳେ ନିୟମ ଅନୁସାରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ସେମାନଙ୍କ ଠାରୁ ଏକେ ୪୭ରାଇଫଲ, ସହ ଅନେକ ସାମଗ୍ରୀ ପୋଲିସ ଜବତ କରିଛି । ଘଟଣା ଘଟିବା ପରେ ଟାପରାଙ୍ଗ ଜଙ୍ଗଲରେ ସିଆରପିଏଫ,ଡିଭିଏଫ ଓ ଏସ ଓଜି ଯବାନ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନାଯୋଗ୍ୟ ଯେ ମ.ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ, ମୋହନଗିରୀ ଉରଲାଦାନୀ,ମାଣିକେରା, ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଦୀର୍ଘ ଦିନ ରୁ ରହିଆସିଛି। ସେମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ବିଭିନ୍ନ ସମୟରେ ଧମକପୂର୍ଣ୍ଣ ପୋଷ୍ଟରଲଗାଉଥିବା ଦେଖିବାକୁ ମିଳିଥାଏ।ଗତ କିଛି ବର୍ଷ ତଳେ ବାରବନ୍ଧା ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ଗୁଳି ବିନିମୟ ରେ ୩ ମହିଳା ମାଓବାଦୀ ଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଗତବର୍ଷ ଡମ୍ବକରଲାଖୁଣ୍ଟା ନିକଟସ୍ଥ ଦୁଲେନ ଛକ ରାସ୍ତା କଡ଼ରେ ମାଓ ପୋଷ୍ଟର ଲାଗିଥିବା ଖବର ପାଇ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକ ଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ନିକଟରେ ଛତିଶଗଡ଼ ଅଞ୍ଚଳ ରେ ମାଓବାଦୀ ଙ୍କ ବର୍ବର କାଣ୍ଡ ରେ ଏଗାର ପୋଲିସ ସହିଦ ହେବା ଫଳରେ ଛତିଶ ଗଡ଼ ରେ ପୋଲିସ ପକ୍ଷରୁ ବ୍ୟାପକ କୁମ୍ବିଂ ଅପରେସନ କରାଯାଉଥିବା ଯୋଗୁଁ ଆନ୍ଧ୍ର ଓ ଛତିଶ ଗଡର କ୍ୟାଡ଼ର ମାଓବାଦୀ ମାନେ ସୀମା ବର୍ତି ଓଡ଼ିଶା କୁ ପଶି ବିଭିନ୍ନ ସମୟରେ ନିଜର ଉପସ୍ଥିତି ଜାହିର କରିବା ଓ ସେମାନଙ୍କୁ ସଫଳ ମୁକାବିଲା କରୁଥିବା ପୋଲିସ କୁ ଏକ ବଡ଼ ଧରଣର ସଫଳତା ମିଳିଛି । ବର୍ତ୍ତମାନ ମଧ୍ୟ ସମଗ୍ର ଅଞ୍ଚଳ ରେ କୁମ୍ବିଂ ଅପରେସନ ଜାରି ରହିଛି ବୋଲି ପୋଲିସ ଡିଆଇଜି ରାଜେଶ ପଣ୍ଡିତ ଆଇ ପି ଏସ, ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ