ମାଓ ମିଲିସିଆ ଗିରଫ, ମାଓବାଦୀଙ୍କୁ ଯୋଗାଉଥିଲା ଖାଦ୍ୟ ଓ ଅନ୍ୟାନ୍ୟ ସାହାଯ୍ୟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଜଙ୍ଗଲରେ ପୁଲିସ ମାଓବାଦି ଗୁଳି ବିନମୟ ପରେ ପୁଲିସ ଅଟକ ରଖିଥିବା ମାଓ ମିଲିସିଆକୁ ଆଜି ଗିରଫ କରାଯାଇଛି। ଗିରଫ ବ୍ୟକ୍ତିର ନାମ ହେଲା ଦିନାରା କହଁର(୫୫) ଏବଂ ତାର ଘର ସାଡିଙ୍ଗିଆ ପଞ୍ଚାୟତ ମିଙ୍ଗିୁନିପଦରର କିଆମୁଣ୍ଡା ଗ୍ରାମ ବୋଲି ଜଣାପଡିଛି। ଦିନାରାର ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ଥିବା ନେଇ ପୁଲିସ ନିଶ୍ଚିତ ହୋଇଛି। ସୂଚନାଯୋଗ୍ୟ ଯେ ଗତ ୧୭ ତାରିଖ ଦିନ ଗୋଚ୍ଛାପଡା ନିକଟସ୍ଥ ଜଙ୍ଗଲରେ ମାଓବାଦୀ ମାନେ ଥିବା ଖବର ପାଇ ପୁଲିସ ପକ୍ଷରୁ କମ୍ବିଂ ଅପରରେସନ୍‌ କରାଯାଇଥିଲା। ଏହି ସମୟରେ ମାଓବାଦୀମାନେ ପୁଲିସ ବାହିନି ଉପରକୁ ଗୁଳି ଚଳାଇବାରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ସେଠାରେ ୮ରୁ ଦଶ ମାଓବାଦି ଥିବା ସନ୍ଦେହ କରାଯାଉଥିଲେ ବି ଅନ୍ଧକାର ଓ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ମାଓବାଦୀମାନେ ସେଠାରୁ ଖସି ଚାଲି ଯାଇଥିଲେ। ସେଠାରେ କମ୍ବିଂ ଅପରେସନ ଚାଲିଥିବା ସମୟରେ ପୁଲିସ ଜଣେ ମାଓ ମିଲିସିଆଙ୍କୁ ଅଟକ ରଖିଥିଲା। ସେହି ମାଓ ମିଲିସିଆଙ୍କୁ ପଚରା ଉଚୁରା ପରେ ସେ ମାଓବାଦୀ କାର୍ଯ୍ୟକଲାପରେ ସଂଶ୍ଲିଷ୍ଟ  ଥିବା ପୁଲିସ ଜାଣିପାରିଥିଲା। କନ୍ଧମାଳ ପୁଲିସ ପକ୍ଷରୁ କୁହାଯାଇଛି ଯେ ଗିରଫ ମାଓ ମିଲେସିଆ ଦିନାରା କହଁର(୫୫) ମାଓବାଦୀମାନଙ୍କୁ ଖାଦ୍ୟପେୟ ଯୋଗାଇବା ସହ ବ୍ୟାନର ମାରିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରୁଥିବା ସ୍ୱୀକାର କରିଛି। ଅନେକ ଦିନ ଧରି ଦିନାରା ଏଭଳି କାମରେ ସାମିଲ ଥିବା ପୁଲିସ ପଚରାଉଚୁରାୁ ଜାଣିପାରିଛି। ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଗୋଚ୍ଛାପଡା ଥାନାରେ କେସ ନଂ ୧୦୫/୨୦ରେ ଏକ ମାମଲା ଦାଏର ହୋଇଛି ବୋଲି ଗୋଚ୍ଛାପଡା ଥାନା ଅଧିକାରୀ ତୃପ୍ତି କୁମାର ନାୟକ ସୂଚନା ଦେଇଚନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ