ମାକ୍ସିସ୍ ପକ୍ଷରୁ ବିତରକ ସମ୍ମିଳନୀ
ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ପ୍ରିମିୟମ୍ ଟାୟାର ନିର୍ମାତା ମାକ୍ସିସ୍ ଗ୍ରୁପ୍ ପକ୍ଷରୁ ଏକ ବିତରକ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ରାଜ୍ୟ ୫୫ଜଣ ବିତରକ ଯୋଗ ଦେଇଥିଲେ । ସମ୍ମିଳନୀରେ କମ୍ପାନୀର ଅଭିବୃଦ୍ଧି ତଥା ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ମାକ୍ସିସ୍ ଇଣ୍ଡିଆର ରିଟେଲ୍ ସେଲସ୍ ମୁଖ୍ୟ ବିଙ୍ଗ୍-ଲିନ୍ ୱୁ କହିଛନ୍ତି ଯେ ରାଜ୍ୟରେ ଗତ ବର୍ଷ କମ୍ପାନୀର ପ୍ରଥମ ବିତରକ ନିଯୁକ୍ତ କରାଯାଇଥିଲା । ଇତିମଧ୍ୟରେ ରାଜ୍ୟରେ ବ୍ରାଣ୍ଡ୍ର ନିଜସ୍ୱ ପରିଚୟ ସୃଷ୍ଟି ହୋଇଛି । ଦେଶର ପୂର୍ବକ୍ଷେତ୍ରରେ କମ୍ପାନୀର ସ୍ଥିତି ବେଶ୍ ସୁଦୃଢ଼ ହେବାରେ ଲାଗିଛି । ଓଡ଼ିଶାରେ କମ୍ପାନୀର ପ୍ରାୟ ୬୦ ଜଣ ଡିଲର ରହିଛନ୍ତି । ଇତିମଧ୍ୟରେ ଦେଶରେ ଏଭଳି ୨୦ରୁ ଅଧିକ ସମ୍ମିଳନୀ ଅନୁଷ୍ଠିତ ହୋଇସାରିଛି । ମାକ୍ସିସ୍ ଗ୍ରୁପ୍ ୨୦୧୮ ମାର୍ଚ୍ଚରେ ଗୁଜୁରାଟ ସାନନ୍ଦରେ ଏହାର ପ୍ରଥମ ନିର୍ମାଣ ସୁବିଧା ସ୍ଥାପିତ କରିଥିଲା । ଗତ ୫ବର୍ଷ ମଧ୍ୟରେ କମ୍ପାନୀ ଭାରତର ଦଉିଚକିଆ ଯାନ ଟାୟାର ମଧ୍ୟରେ୧୫% ମାର୍କେଟ୍ ଶେୟାର ହାସଲ କରିଛି । ୨୦୧୫ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ୫ଟି ଟାୟାର କମ୍ପାନୀ ମଧ୍ୟରେ ସ୍ଥାନ ହାସଲ ପାଇଁ ମାକ୍ସିସ୍ ଉଦ୍ୟମ ଅବ୍ୟାହତ ରଖିଛି । ଏହା ସହିତ କମ୍ପାନୀ ପକ୍ଷରୁ ୫ ନୂଆ ପ୍ଲାଣ୍ଟ ସ୍ଥାପନର ଯୋଜନା ରଖାଯାଇଛି ।