ମାକ୍ସ ବୁପା ହେଲ୍ଥ ଇନସ୍ୟୁରାନ୍ସ ଆଂଚଳିକ ସ୍ତରରେ ସ୍ଥିତି ସୁଦୃଢ଼ ପାଇଁ ଭୁବନେଶ୍ୱରରେ ବ୍ୟବସାୟ ଆରମ୍ଭ କଲା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଭାରତୀୟ ସ୍ୱାସ୍ଥ୍ୟ ବିମା ଉଦ୍ୟୋଗ କ୍ଷେତ୍ରରେ ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା ପ୍ରଦାନକାରୀ କମ୍ପାନୀ ମାକ୍ସ ବୁପା ଇନସ୍ୟୁରାନ୍ସ ଏବେ ଭୁବନେଶ୍ୱରରେ ଗ୍ରାହକଙ୍କୁ ଏହାର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କାରବାର ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଛି । ଧିରେଧିରେ ଓଡ଼ିଶାର ଅନ୍ୟ ସହରରେ କମ୍ପାନୀ ସେବା ଯୋଗାଇବା ଲାଗି ଯୋଜନା କରିଛି । ଆସନ୍ତା ପାଂଚ ବର୍ଷ ମଧ୍ୟରେ କମ୍ପାନୀ ଭୁବନେଶ୍ୱର ସହରର ୨୦୫୦୦ରୁ ଅଧିକ ଲୋକଙ୍କୁ ହେଲଥ୍ କଭରେଜ୍ ଯୋଗାଇବା ଲକ୍ଷ୍ୟ ରଖିଛି । ମ୍ୟାକ୍ସ୍ ବୁପା ଭୁବନେଶ୍ୱର ଗ୍ରାହକଙ୍କୁ ସହରର ୨୧ଟି ନେଟ୍ୱାର୍କ ହସ୍ପିଟାଲରେ କ୍ୟାସ୍ଲେସ୍ ହସ୍ପିଟାଲାଇଜେଶନ ସୁବିଧା ଯୋଗାଇବା ସହିତ ଦେଶର ୬୦୦୦ରୁ ଅଧିକ ହସ୍ପିଟାଲରେ ଆବଶ୍ୟକିୟ ସ୍ୱାସ୍ଥ୍ୟସେବା ଯୋଗାଇଦେଉଛି । କ୍ଲେମ୍ କରାଯିବାର ୩୦ ମିନିଟ୍ ମଧ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯିବ । ସମ୍ପ୍ରତି ଓଡ଼ିଶାର ଭୁବନେଶ୍ୱର ସମେତ ସମ୍ବଲପୁର ଏବଂ ବ୍ରହ୍ମପୁର ଆଦି ୩ଟି ସହରରେ କମ୍ପାନୀ ନିଜର ଉପସ୍ଥିତି ଜାହିର୍ କରିପାରିଛି ।କୋଭିଡ୍-୧୯ ମହାମାରୀ ଲୋକଙ୍କ ମଧ୍ୟରେ ହେଲଥ୍ ଇନସ୍ୟୁରାନ୍ସ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିପାରିଛି । ଉପଯୁକ୍ତ ଚିକିତ୍ସା ଦ୍ୱାରା ହେଉଥିବା ମେଡ଼ିକାଲ ଖର୍ଚ୍ଚରୁ କିପରି ସୁରକ୍ଷା ମିଳିବ ତାହା ଉପରେ ଲୋକ ଗୁରୁତ୍ୱାରୋପ କରୁଛନ୍ତି । ଓଡ଼ିଶାରେ ଇନୁସ୍ୟୁରାନ୍ସ୍ ଏଜେଂଟଙ୍କ ମଧ୍ୟରେ ହୋଇଥିବା ଏକ ସର୍ଭେ ଅନୁସାରେ କୋଭିଡ୍-୧୯ ପରେ ଲୋକ ଅଧିକ ହେଲଥ୍ ଇନସ୍ୟୁରାନ୍ସ ପ୍ରତି ଆକର୍ଷିତ ହେଉଛନ୍ତି । ତେବେ ଭୁବନେଶ୍ୱରରେ ଲୋକଙ୍କ ମଧ୍ୟରେ କେଉଁ ହେଲଥ୍ ଇନସ୍ୟୁରାନ୍ସ୍ କିଣିବା ଆବଶ୍ୟକ ସେନେଇ ଆବଶ୍ୟକିୟ ସଚେତନତା ନଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେଣୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାକ୍ସ୍ ବୁପା ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟ ସହରରେ ଏହାର କାରବାର ସମ୍ପ୍ରସାରଣ କରିବାର ଯୋଜନା ରଖିଛି । କମ୍ପାନୀ ପକ୍ଷରୁ ଲୋକଙ୍କ ମଧ୍ୟରେ ହେଲଥ୍ ଇନସ୍ୟୁରାନ୍ସ୍ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପ୍ରୟାସ କରାଯିବ । ଭୁବନେଶ୍ୱରରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୫ କୋଟିର ପ୍ରିମିୟମ୍ ସଂଗ୍ରହ ହାସଲ ଲକ୍ଷ୍ୟ ସହିତ ପଲିସି ବିକ୍ରିକୁ ୨୦ ବୃଦ୍ଧି କରାଇବା ଲକ୍ଷ୍ୟ ରଖିଛି । ୨୦୨୪-୨୫ ସୁଦ୍ଧା ଭୁବନେଶ୍ୱରରେ କମ୍ପାନୀ ୧୭୦୦ ପାଖାପାଖି ଏଜେଂଟ୍ ନିଯୁକ୍ତ କରିବା ଲାଗି ଯୋଜନା କରିଛି ଏହାସହିତ କମ୍ପାନୀ ମଧ୍ୟ ମହିଳା ଏବଂ ଗୃହିଣୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ପରେ ଏଜେଂଟ୍ ଭାବେ ନିଯୁକ୍ତି କରିବା ପାଇଁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ସେମାନେ ଅନ୍ୟଙ୍କୁ ସାହାଯ୍ୟ କରିବା ସହିତ ନିଜର ଆର୍ଥିକ ବିକାଶ କରାଇ ଆତ୍ମନିର୍ଭର ହୋଇପାରିବେ ।ଏହି ଅବସରରେ ମାକ୍ସ ବୁପା ହେଲଥ୍ ଇନସ୍ୟୁରାନ୍ସ୍ର ଅଣ୍ଡରରାଇଟିଂ, ପ୍ରଡ଼କ୍ଟ ଏବଂ କ୍ଲେମ୍ର ନିର୍ଦ୍ଦେଶକ ଡ. ଭବତୋଶ ମିଶ୍ର କହିଲେ, କୋଭିଡ୍-୧୯ ମହାମାରୀ ଆମକୁ ଜରୁରିକାଳୀନ ମେଡ଼ିକାଲ ସ୍ଥିତିରେ ହେଲଥ୍ ଇନସ୍ୟୁରାନ୍ସ୍ର ଗୁରୁତ୍ୱ ସମ୍ପର୍କରେ ଶିକ୍ଷା ଦେଇଛି । ସଚେତନତା ଯୋଗୁ ଇତିମଧ୍ୟରେ ଲୋକଙ୍କ ମଧ୍ୟରେ ହେଲଥ୍ ଇନସ୍ୟୁରାନ୍ସ୍ର ଚାହିଦା ବୃଦ୍ଧି ପାଇଛି । ଯାହାଦ୍ୱାରା ଦେଶରେ ଏହାର ବିକାଶ ହେବାର ସମ୍ଭାବନା ଦେଖାଦେଇଛି । ନୂଆ ବଜାରରେ ସମ୍ପ୍ରସାରଣ ଦ୍ୱାରା ମାକ୍ସ୍ ବୁପା ସତେଚନତା ବୃଦ୍ଧି ସହିତ ଭବିଷ୍ୟତରେ ସୃଷ୍ଟି ହେଉଥିବା ଅଜଣା ସ୍ଥିତିର ମୁକାବିଲା ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟ ରଖିଛି ।ଏହି ଅବସରରେ ମାକ୍ସ ବୁପା ହେଲଥ୍ ଇନସ୍ୟୁରାନ୍ସ୍, ରିଟେଲ୍ ସେଲ୍ସର ନିର୍ଦ୍ଦେଶକ ଅଙ୍କୁର ଖର୍ବଣ୍ଡା କହିଲେ, ମାକ୍ସ ବୁପା ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ନିଜର ସମ୍ପ୍ରସାରଣ କାର୍ଯ୍ୟ ଜାରି ରଖିଛି । ଓଡ଼ିଶା କମ୍ପାନୀ ପାଇଁ ଏକ ଉପଯୁକ୍ତ ବଜାର । ଏଠାରେ ଯୋଜନାବଦ୍ଧ ଭାବେ କମ୍ପାନୀ ସଚେତନତା ମାଧ୍ୟମରେ ବିକାଶ ଧାରାକୁ ଗୁରୁତ୍ୱ ଦେବ । ଆମେ ଓଡ଼ିଶାର ନୂଆ ନୂଆ ବଜାରରେ କାରବାର ସମ୍ପ୍ରସାରଣ ଲକ୍ଷ୍ୟ ରଖିଛୁ । ଚଳିତ ବର୍ଷ ଦେଶର ୪୫ଟି ନୂଆ ସହରରେ ନିଜର ଉପସ୍ଥିତି ଜାହିର କରିବା ସହିତ ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ଅଫିସ ସ୍ଥାପନ ଲକ୍ଷ୍ୟ ନେଇ କମ୍ପାନୀ କାର୍ଯ୍ୟ କରୁଛି । ଦେଶର ଏକ ବିଶ୍ୱାସଯୋଗ୍ୟ ବ୍ରାଣ୍ଡ୍ ଭାବେ ମାକ୍ସ୍ ବୁପା ଗୁଣବତାଯୁକ୍ତ ସେବା ଦ୍ୱାରା ଏକ ଦଶନ୍ଧୀରୁ ଅଧିକ ସମୟ ଧରି କାରବାର ଜାରି ରଖିଛି । କମ୍ପାନୀ ପକ୍ଷରୁ ବିଭିନ୍ନ ରୋଗ ସମ୍ପର୍କିତ ଓ ସ୍ୱାସ୍ଥ୍ୟ ସମସ୍ୟା ତଥା ଗ୍ରାହକ ଉପଯୋଗୀ ଉତ୍ପାଦ ପକେଟକୁ ସୁହାଇଲା ଭଳି ସ୍ଥିତିରେ ଉପଲବ୍ଧ କରାଇଥାଏ । କମ୍ପାନୀର ଇଣ୍ଡେମିନିଟ୍ ପ୍ରଡକ୍ଟ ମଧ୍ୟରେ ରିଏସ୍ୟୁର-୧୦୦ କ୍ୟାସଲେସ୍ ପ୍ଳାନ୍, ହେଲଥ୍ କମ୍ପାନିୟନ୍, ଗୋ ଆକ୍ଟିଭ୍, ହେଲଥ୍ ପ୍ରିମିଆ, ହେଲଥ୍ ପ୍ଲସ୍ ଆଦି ଉପଲବ୍ଧ ହେଉଛି । ଅନ୍ୟ ହେଲଥ୍ ଆସ୍ୟୁରାନ୍ସ୍ ପ୍ରଡ଼କ୍ଟ ମଧ୍ୟରେ କମ୍ପାନୀ ଫିକ୍ସଡ୍ ବେନିଫିଟ୍ ପ୍ଲାନ୍ ରହିଛି । ଏସବୁ ବ୍ୟକ୍ତିଗତ ଦୁର୍ଘଟଣା କଭର, ହସ୍ପିକ୍ୟାସ୍ ଏବଂ କ୍ରିଟିକାଲ ଇଲ୍ନେସ୍ କଭର, ହେଲଥ୍ ରିଚାର୍ଜ ସୁପର ଟପ୍ ଅପ୍ ପ୍ଲାନ୍ ଆଦି ଉପଲବ୍ଧ କରାଇଥାଏ । କମ୍ପାନୀ ପକ୍ଷରୁ ଏଂଟ୍ରି ଲେବୁଲ କଭର ମଧ୍ୟରେ ଆରୋଗ୍ୟସଞ୍ଜିବନୀ ଏବଂ ଡିଜିଜ୍ ସ୍ପେସିଫିକ୍ ପ୍ରଡକ୍ଟ ମଧ୍ୟରେ କରୋନା କବଚ ଉପଲବ୍ଧ କରାଯାଉଛି । ଗ୍ରାହକ ନିଜ ପସନ୍ଦର ପ୍ରଡ଼କ୍ଟ କ୍ରୟ କରିବାର ସୁଯୋଗ ପାଇପାରୁଛନ୍ତି ।