ମାକ୍ସ ବ୍ୟବହାର କରିନଥିବାରୁ ୨୨ଶହ ଜୋରିମାନା ଦେଲେ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । କୌଣସି ଅତ୍ୟାବଶ୍ୟକ କାର୍ଯ୍ୟରେ ବାହାରକୁ ଆସିଲେ ମାକ୍ସ ବ୍ୟବହାର କରିବା ପାଇଁ ମଧ୍ୟ କଡା ନିର୍ଦ୍ଦେଶ ରହିଛି । ଏହି ନିୟମକୁ ଉଲଂଘନ କଲେ ୨ ଶହ ଟଙ୍କା ଜୋରିମାନାର ବ୍ୟବସ୍ଥା ରହିଛି । ଏପରିସ୍ଥଳେ ସାଧାରଣ ଲୋକେ ଆଇନକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । କେତେକ ବ୍ୟକ୍ତି ଖାମଖିଆଲି ଭାବେ ବାହାରେ ବୁଲାବୁଲି କରୁଥିବା ବେଳେ ମାକ୍ସ ବ୍ୟବହାର କରୁନଥିବାର ଦେଖାଯାଇଛି । ଗୁରବାର କେନ୍ଦୁଆପଦା ଫାଣ୍ଡି ପୋଲିସ ବନ୍ତ-ବାରିକପୁର ରାସ୍ତାରେ ପେଟ୍ରୋଲିଂ କରିବା ବେଳେ ୧୧ ଜଣ ବ୍ୟକ୍ତିଙ୍କ ଠାରୁ ମାକ୍ସ ବ୍ୟବହାର କରିନଥିବା ଅଭିଯୋଗରେ ୨୨ ଶହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।